www.samajalive.in
Sunday, December 7, 2025
26.1 C
Bhubaneswar

ଦିଲ୍ଲୀ ଅବକାରୀ ନୀତି ମାମଲା – ମନୀଷ ସିସୋଦିଆଙ୍କୁ ସଶରୀରେ କୋର୍ଟରେ ହାଜର କରାଇବାକୁ ନିର୍ଦ୍ଦେଶ

ଡେସ୍କ: ଆଜି ଦିଲ୍ଲୀ ଅବକାରୀ ନୀତି ମାମଲାର ଶୁଣାଣି କରି ରାଉଜ ଆଭିନିୟୁ କୋର୍ଟ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଆଗାମୀ ଦିନରେ ଶୁଣାଣି ପାଇଁ କୋର୍ଟରେ ସଶରୀରେ ହାଜର କରାଇବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀ ପୁଲିସ ପକ୍ଷରୁ ସିସୋଦିଆଙ୍କୁ ଶୁଣାଣି ସମୟରେ ଭିଡିଓ କନଫରେନସିଂ ଜରିଆରେ ହାଜର ପାଇଁ ଆଗତ ଆବେଦନକୁ ଅଗ୍ରାହ୍ୟ କରି ସ୍ୱତନ୍ତ୍ର ବିଚାରପତି ଏମ କେ ନାଗପାଲ ତାଙ୍କୁ ଏଣିକି ପ୍ରତ୍ୟେକ ଶୁଣାଣି ସମୟରେ କୋର୍ଟରେ ହାଜର ରହିବାକୁ ପଡିବ ବୋଲି କହିଛନ୍ତି।

ସିସୋଦିଆଙ୍କୁ କୋର୍ଟରେ ହାଜର ପାଇଁ ସୁରକ୍ଷା ବିଷୟ ରହିଥିବା ଦିଲ୍ଲୀ ପୁଲିସ ଯୁକ୍ତି କରିବା ପରେ ବିଚାରପତି ଜଷ୍ଟିସ ନାଗପାଲ ନିର୍ଦ୍ଦେଶ ଦେଇଛନ୍ତି ଯେ ମାମଲାର ଶୁଣାଣି ସମୟରେ କୋର୍ଟରେ କୌଣସି ସାଧାରଣ ବ୍ୟକ୍ତି କିମ୍ବା ଆମ ଆଦମୀ ପାର୍ଟିର ସମର୍ଥକଙ୍କୁ ଉପସ୍ଥିତ ରହିବାକୁ ଅନୁମତି ଦିଆଯିବ ନାହିଁ। ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଦୁରେଇ ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories