www.samajalive.in
Monday, December 8, 2025
16.1 C
Bhubaneswar

କ୍ଷୀର ସହ ମହୁ ଏକାଠି ପିଇଲେ, ମିଳେ ଏହି ଲାଭ

ସ୍ୱାସ୍ଥ୍ୟ ପାଇଁ କ୍ଷୀର ବେଶ ଲାଭଦାୟକ। ଏହାର ସେବନ ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। ଏହି କାରଣରୁ ବୟସ୍କ ଠାରୁ ଆରମ୍ଭ କରି ଡାକ୍ତର ସମସ୍ତେ କ୍ଷୀର ପିଇବାକୁ ପରାମର୍ଶ ଦେଇଥାଆନ୍ତି। ମାତ୍ର କ୍ଷୀରରେ ମହୁ ମିଶାଇ ପିଇଲେ ସ୍ୱାସ୍ଥ୍ୟ ପାଇଁ ଏହାର ଉପକାରୀ ଗୁଣ ଦ୍ୱିଗୁଣିତ ହୋଇଯାଏ। ଜାଣନ୍ତୁ..
ପୋଷକ ତତ୍ତ୍ୱରେ ଭରପୁର କ୍ଷୀର। ମହୁର ମଧ୍ୟ ସ୍ୱାସ୍ଥ୍ୟ ଉପକାରୀ ଅନେକ ଗୁଣ ରହିଛି। ଏହି କାରଣରୁ ୨ଟିକୁ ମିଶାଇ ପିଇବା ଦ୍ୱାରା ସ୍ୱାସ୍ଥ୍ୟର ଅନେକ ସମସ୍ୟା ଦୂର କରିଥାଏ। ଏହା ତ୍ୱଚା ପାଇଁ ମଧ୍ୟ ଖୁବ ଉପକାରୀ।
କ୍ଷୀର ସହ ମହୁ ମିଶାଇ ପିଇବା ଦ୍ୱାରା ଏହା ସ୍ୱାଦିଷ୍ଟ ହେବା ସହ ପାଚନ ତନ୍ତ୍ରକୁ ସୁଚାରୁ ରୂପେ କାର୍ଯ୍ୟ କରିବାକୁ ସହାୟକ ହୋଇଥାଏ। ଏହା କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିଥାଏ।
ନିୟମିତ ସକାଳେ କ୍ଷୀର ସହ ମହୁ ସେବନ କରିବା ଦ୍ୱାରା ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ମିଳିଥାଏ। ତେଣୁ କାମ କରିବା ପାଇଁ ଶକ୍ତି ମିଳିବା ସହ ଥକ୍କାପଣ ଅନୁଭବ ହୋଇନଥାଏ।
କ୍ଷୀର କ୍ୟାଲସିୟମରେ ଭରପୁର। ଏହା ହାଡକୁ ସୁସ୍ଥ ରଖିବା ସହ ମଜଭୂତ କରିଥାଏ। କ୍ଷୀରରେ ମହୁ ମିଶାଇ ପିଇବା ଦ୍ୱାରା ହାଡ ସୁସ୍ଥ ରହିଥାଏ।
ଏକ ଗ୍ଲାସ କ୍ଷୀରରେ ମହୁ ମିଶାଇ ରାତିରେ ଶୋଇବା ପୂର୍ବରୁ ପିଇବା ଦ୍ୱାରା ଭଲ ନିଦ ହୋଇଥାଏ। ଅନିଦ୍ରା ସମସ୍ୟା ଦୂର ହୋଇଥାଏ। ଏହାକୁ ରାତିରେ ପିଇବା ଦ୍ୱାରା ଶରୀରକୁ ଆରାମ ମିଳିଥାଏ।
ଏହା ଆଣ୍ଟିବ୍ୟାକ୍ଟରିଅଲ ଗୁଣରେ ଭରପୁର ମଧ୍ୟ। କ୍ଷୀର ସହ ମହୁ ମିଶାଇ ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା, ପେଟ ସହ ଜଡିତ ଅନେକ ସମସ୍ୟା ଦୂର ହୋଇଥାଏ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories