www.samajalive.in
Sunday, December 7, 2025
26.1 C
Bhubaneswar

+୨ କଟ୍‌‌ ଅଫ୍‌‌ ମାର୍କ ; ରେଭେନ୍ସାର କଟ୍‌‌ ଅଫ୍‌‌ ସବୁଠାରୁ ଆଗରେ

ଭୁବନେଶ୍ୱର : ଚଳିତ ବର୍ଷର +୨ କଟ୍‌‌ ଅଫ୍‌‌ ମାର୍କ ଗୁରୁବାର ପ୍ରକାଶ ପାଇଛି। କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସାର କଟ୍‌‌ ଅଫ୍‌‌ ମାର୍କ ସବୁଠାରୁ ଆଗରେ ରହିଛି। +୨ ବିଜ୍ଞାନ ପାଇଁ ରେଭେନ୍ସା କଟ୍‌‌ ଅଫ୍‌‌ ସର୍ବାଧିକ ୯୧.୬୭%। କଳାରେ ୮୦%, ବିଜ୍ଞାନରେ ୯୧.୬୭% ଓ ବାଣିଜ୍ୟରେ ୭୯.୨୦% କଟ୍‌‌ ଅଫ୍‌‌ ମାର୍କ ରହିଛି। ପ୍ରଥମ କଟ୍‌‌ ଅଫ୍‌‌ରେ ୪ ଲକ୍ଷ ୧୨ ହଜାର ୩୬୮ ଜଣ ମନୋନୀତ ହୋଇଛନ୍ତି।
୨ୟରେ ବାଲେଶ୍ୱର ଏଫ୍‌‌ଏମ୍‌‌-୯୦%,୩ୟରେ ବିଜେବି ୮୯% ରହିଛି। ୪ର୍ଥରେ ନୀଳକଣ୍ଠ ନଗର ଏସ୍‌‌ଏସ୍‌‌ଭିଏମ୍‌‌ ୮୯%, ୫ମରେ ସୋର ୟୁଏନ୍‌‌ ୮୬.୮୩% ରହିଛି।
ସେହିପରି +୨ କଳାରେ କଟ୍‌‌ ଅଫ୍‌‌ ରେଭେନ୍ସାରେ ସର୍ବାଧିକ ୮୦%। ୨ୟରେ ରାଉରକେଲା ସରକାରୀ କଲେଜ ୭୯%, ୩ୟରେ ଡିଏଭି ଟିଟିଲାଗଡ ୭୮.୬୭%। ୪ର୍ଥରେ ଏଫ୍‌‌ଏମ୍‌‌ ବାଲେଶ୍ୱର ୭୮%, ୫ମରେ ଭବାନୀପାଟଣା କଲେଜ ୭୭.୫୦%।
+୨ ବାଣିଜ୍ୟରେ ରେଭେନ୍ସାରେ ସର୍ବାଧିକ ୭୯.୨୦%। ୨ୟରେ ରାଉରକେଲା ସରକାରୀ କଲେଜ ୭୭.୩୩,୩ୟରେ ବିଜେବି ୭୩%, ୪ର୍ଥରେ କଟକ ଜେକେବିକେ ୭୨.୨୦%, ୫ମରେ କଟକ ଶୈଳବାଳା ୭୨.୧୭% ରହିଛି।

 

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories