www.samajalive.in
Tuesday, December 9, 2025
19.1 C
Bhubaneswar

ଏହିସବୁ ଖାଦ୍ୟ ଖାଇବା ଦ୍ବାରା ପରିଷ୍କାର ହୋଇଥାଏ ରକ୍ତ

ରକ୍ତ ଆମ ଶରୀରରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ରକ୍ତ ମାଧ୍ୟମରେ ହିଁ ସମସ୍ତ ପୋଷକ ତତ୍ତ୍ବ ଶରୀରରେ ସଞ୍ଚାଳିତ ହୋଇଥାଏ। ଶରୀରକୁ ଅମ୍ଲଜାନ ପହଞ୍ଚାଇବାଠାରୁ ଆରମ୍ଭ କରି ଶରୀରର ତାପମାତ୍ରା ନିୟନ୍ତ୍ରଣ କରିବାରେ ରକ୍ତର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ରକ୍ତ ଶରୀରର ପିଏଚ୍ ସ୍ତର ଏବଂ ଜଳସ୍ତର ମଧ୍ୟ ସଞ୍ଚାଳିତ କରିଥାଏ। ବେଳେବେଳେ ରକ୍ତରେ ଅପମିଶ୍ରଣ ହୋଇ ରକ୍ତ ଅପରିଷ୍କାର ହୋଇଯାଇଥାଏ। ରକ୍ତ ଅପରିଷ୍କାର ହେଲେ ବ୍ରଣ ହେବା, ଓଜନ କମ ହେବା ଏବଂ ଖୁବ୍ ଶୀଘ୍ର ଥକାପଣ ଆସିବା ଭଳି ବିଭିନ୍ନ ସମସ୍ୟା ଦେଖାଦେଇଥାଏ। ଏ ସମସ୍ୟାର ସମାଧାନ ପାଇଁ ରକ୍ତ ବିଶୁଦ୍ଧ ହେବା ଅତ୍ୟନ୍ତ ଜରୁରୀ। ତେବେ ଚାଲନ୍ତୁ ଜାଣିବା ପ୍ରାକୃତିକ ଉପାୟରେ ଆମେ କିଭଳି ରକ୍ତକୁ ପରିଷ୍କାର ରଖିପାରିବା –

• ବୃକକ୍ କୁ ଠିକ୍ ରଖିବା ପାଇଁ ପର୍ୟ୍ୟାପ୍ତ ପରିମାଣରେ ପାଣି ପିଇବା ନିହାତି ଆବଶ୍ୟକ। କିଡ଼ନୀ ପାଣିର ସହାୟତାରେ ଶରୀରର ଅପରିଷ୍କାର ତତ୍ତ୍ବକୁ ବାହାରକୁ ବାହାର କରିଥାଏ। ପର୍ୟ୍ୟାପ୍ତ ପାଣି ପିଇବା ଦ୍ୱାରା ରକ୍ତ ସଞ୍ଚାଳନ ଠିକ୍ ହୋଇଥାଏ।

- Advertisement -

• ଜାମୁକୋଳି ଖାଇବା ଦ୍ୱାରା ଯକୃତ ସୁସ୍ଥ ରହିବା ସହ ରକ୍ତ ଅପରିଷ୍କାର ହୋଇନଥାଏ।

• କଫି ପିଇବା ଦ୍ୱାରା ମଧ୍ୟ ଯକୃତରୁ ସବୁ ବିଷାକ୍ତ ପଦାର୍ଥ ବାହାରିଯାଇଥାଏ। ଯାହାଦ୍ୱାରା ରକ୍ତ ଅପରିଷ୍କାର ହୋଇ ନଥାଏ।

• ସେଓରେ ପେକ୍ଟିନ୍ ନାମକ ଫାଇବର ରହିଥାଏ। ଯାହା ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବା ସହ ରକ୍ତକୁ ସ୍ୱଚ୍ଛ କରିଥାଏ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories