www.samajalive.in
Tuesday, December 9, 2025
26.1 C
Bhubaneswar

ଅଛି କି ଏଭଳି ଅଭ୍ୟାସ ? ବଦଳାନ୍ତୁ, ହୋଇଥାଏ ଧନହାନୀ..

ବର୍ତ୍ତମାନ ସମୟରେ ପ୍ରତ୍ୟେକଙ୍କ ଘରେ ଫ୍ରିଜ୍‌‌ ଏକ ଆବଶ୍ୟକୀୟ ଉପକରଣ। ମାତ୍ର କିଛି ଲୋକେ ଅଜାଣତରେ ଫ୍ରିଜ୍‌‌ ଉପରେ ଏପରି କେତେକ ଜିନିଷ ରଖି ଥାଆନ୍ତି, ଯାହା ଦ୍ୱାରା ଧନହାନୀ ହୋଇଥାଏ ବୋଲି ମାନ୍ୟତା ରହିଛି। ଜାଣନ୍ତୁ ଫ୍ରିଜ ସହ ଜଡିତ କିଛି ବାସ୍ତୁ ନିୟମ..
ଅନେକ ଲୋକଙ୍କ ଅଭ୍ୟାସ ଫ୍ରିଜ ଉପରେ ଟଙ୍କା ପଇସା ସହ ଅନ୍ୟାନ୍ୟ ଜିନିଷ ଆଦି ରଖି ଦେଇଥାଆନ୍ତି। ବାସ୍ତୁ ଅନୁଯାୟୀ, ଧନ କିମ୍ବା ସୁନାକୁ କଦାପି ଫ୍ରିଜ ଉପରେ ରଖନ୍ତୁ ନାହିଁ। ଏହାଦ୍ୱାରା ବ୍ୟବସାୟ ଓ କର୍ମକ୍ଷେତ୍ରରେ କ୍ଷତି ହୋଇଥାଏ। ପିଲାଙ୍କ ପାଠପଢା ସହ ଜଡିତ ଯେକୌଣସି ଜିନିଷ ମଧ୍ୟ ଫ୍ରିଜ ଉପରେ ରଖନ୍ତୁ ନାହିଁ। ଏହା ଶୁଭଙ୍କର ନୁହେଁ।
କିଛି ଲୋକେ ସାଜସଜ୍ଜା ପାଇଁ ଫ୍ରିଜ ଉପରେ ବିଭିନ୍ନ ପ୍ରକାର ଗଛ ରଖିଥାଆନ୍ତି। ବାସ୍ତୁ ଅନୁଯାୟୀ, ବାଉଁଶ ଗଛକୁ କଦାପି ଫ୍ରିଜ ଉପରେ ରଖନ୍ତୁ ନାହିଁ। ନଚେତ୍‌‌ ଏହାର କୌଣସି ଶୁଭଫଳ ମିଳିନଥାଏ।
ଫ୍ରିଜ ଉପରେ ଔଷଧକୁ ଆଦୌ ରଖନ୍ତୁ ନାହିଁ। ବୈଜ୍ଞାନିକ କାରଣ ଅନୁଯାୟୀ, ଫ୍ରିଜ ଉପରେ ଔଷଧ ରଖିବା ଦ୍ୱାରା ଏହାର ଗୁଣ ନଷ୍ଟ ହୋଇଯାଏ। ଶରୀର ଉପରେ ଔଷଧର ପ୍ରଭାବ ମଧ୍ୟ ରହିନଥାଏ।
ଫ୍ରିଜକୁ ସର୍ବଦା କାନ୍ଥୁ ଠାରୁ ଏକ ଫୁଟ୍‌‌ ଦୂରରେ ରଖନ୍ତୁ। ଘରେ ସୁଖଶାନ୍ତି ବଜାୟ ରଖିବା ପାଇଁ ଫ୍ରିଜକୁ ପଶ୍ଚିମ ଦିଗରେ ରଖନ୍ତୁ। ଏହାସହ ଦକ୍ଷିଣ-ପଶ୍ଚିମ ଦିଗରେ ମଧ୍ୟ ରଖିପାରିବେ।

Hot this week

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

Related Articles

Popular Categories