www.samajalive.in
Sunday, December 7, 2025
26.1 C
Bhubaneswar

ଜିଲାସ୍ତରୀୟ ଆଡ଼ଭୋକେଟ୍‌‌ ଫୋରମ୍‌‌ ବୈଠକ

ଫୁଲବାଣୀ: କନ୍ଧମାଳ ଜିଲା କ.ନୂଆଗାଁ ବ୍ଳକର କଞ୍ଜାମେଣ୍ଡି ଠାରେ ଅଲ୍‌‌ ଇଣ୍ଡିଆ ଦଳିତ୍‌‌ ମହିଳା ଅଧିକାର ମୋର୍ଚ୍ଚା ପକ୍ଷରୁ ଜିଲା ସ୍ତରୀୟ ଆଡ଼ଭୋକେଟ୍‌‌ ଫୋରମ୍‌‌ ବୈଠକ ଆୟୋଜିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଲ୍‌‌ ଇଣ୍ଡିଆ ଦଳିତ୍‌‌ ମହିଳା ମୋର୍ଚ୍ଚାର ରାଜ୍ୟ ସଂଯୋଜିକା ଶସିମାନସି ସିଂ ଅଧ୍ୟକ୍ଷତା କରିବା ସହିତ ବୈଠକର ଲକ୍ଷ ଏବଂ ଉଦ୍ଦୋଶ୍ୟ ଉପରେ ଆଲୋକପାତ କରିଥିଲେ। ଅତିଥିଭାବେ ଆଇନଜୀବି ତୁଷାରକାନ୍ତ ନାୟକ (ଫୁଲବାଣୀ କୋର୍ଟ) ଏବଂ ଜୟାବ୍‌‌ ପରାସେଟ୍‌‌ (ତୁମୁଡ଼ିବନ୍ଧ କୋର୍ଟ) ଯୋଗଦେଇ ଆଦିବାସୀ ଓ ହରିଜନ ମହିଳା ମାନଙ୍କୁ ଆବଶ୍ୟକ ହେଉଥିବା ଆଇନଗତ ସହାୟତା ଉପରେ ଆଲୋକପାତ କରିବା ସହିତ ଆଇନଗତ ସଚେତନତା ଉପରେ ମତ ଦେଇଥିଲେ। ଏହି ଅବସରରେ ପିଡ଼ିତାଙ୍କ କ୍ଷତିପୁରଣ ଦେବା ଓ ପୂନର୍ବାସ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ଅଲ୍‌‌ ଇଣ୍ଡିଆ ଦଳିତ୍‌‌ ମହିଳା ମୋର୍ଚ୍ଚାର କର୍ମୀ ସୁଶ୍ରୀ ସୁପ୍ରଭା ଦିଗାଲ ସଂଯୋଜନା କରିଥିବା ବେଳେ କର୍ମୀ ପୁଜା କାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲାର ବିଭିନ୍ନ କୋର୍ଟର ଆଇନଜୀବି ମାନେ ଯୋଗ ଦେଇଥିଲେ।

Hot this week

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

Related Articles

Popular Categories