www.samajalive.in
Wednesday, December 10, 2025
17.1 C
Bhubaneswar

ସେବା ଓ ସେବକ ଦିବସ ଅବସରରେ ଶାନ୍ତି ଶୋଭାଯାତ୍ରା

ଫୁଲବାଣୀ: ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୫ତମ ପୂଣ୍ୟତିଥି ଅବସରରେ ଲୋକ ସେବକ ମଣ୍ଡଳ ଓ ସମାଜ ପକ୍ଷରୁ ସପ୍ତାହ ବ୍ୟାପି ଚାଲିଥିବା ସେବା ଓ ସବକ ଦିବସ ଅବସରରେ କନ୍ଧମାଳ ଜିଲାର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବେଳେ ୨୪ ତାରିଖରେ ଏକ ଶାନ୍ତି ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନଙ୍କ ଦ୍ୱାରା ପୂଷ୍ଣମାଲ୍ୟ ଅର୍ପଣ ପରେ ଏହି ଶାନ୍ତି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।

ଅନୁଷ୍ଠିତ କାର୍ଯ୍ୟକ୍ରମରେ ଫୁଲବାଣୀ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତି ସ୍ମିିତାରାଣି ମହାନ୍ତି , ଉପଜିଲାପାଳ ଶେଷଦେବ ମିଶ୍ର , ପୌର ପରିଷଦର ନିର୍ବାହୀ ଅଧିକାରୀ ବଳଦେବ ବେହେରା, ସ୍ୱେଚ୍ଛାସେବୀ ସଂଗଠନ ସ୍ୱାତୀର ଅଧ୍ୟକ୍ଷ ପ୍ରଶାନ୍ତ ଶତପଥୀ, ସଂପାଦକ ଇଂ.ହରି ଶଙ୍କର ରାଉତ, ଟିମ୍‌‌ ହ୍ୟୁମାନିଟି କନ୍ଧମାଳର ଆବାହକ ଭି.ଲୋକନାଥ ରାଜୁ, ଆକ୍ସନ ଏଡ଼ର ଜିଲା ସଂଯୋଜିକା ସଂନ୍ଧ୍ୟାରାଣି ନାୟକଙ୍କ ସମେତ ଅନ୍ୟମାନେ ଯୋଗଦେଇଥିଲେ। କନ୍ଧମାଳ ଜିଲା ସମାଜ ଜିଲା ପ୍ରତିନିଧି ଅଶୋକ ମହାନ୍ତିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ୱାତୀ ସମେତ ବିଭିନ୍ନ ଅନୁଷ୍ଠାନର ବିଭିନ୍ନ କର୍ମକର୍ତ୍ତା, କିନ୍ନର, ଟିମ୍‌‌ ହ୍ୟୁମାନିଟି କନ୍ଧମାଳର ବହୁ ସଦସ୍ୟ ଓ ସଦସ୍ୟା, ବିଭିନ୍ନ ମା ଗୃହର କର୍ମଚାରୀ, ପୌର ପରିଷଦର ବିଭିନ୍ନ ୱାର୍ଡ଼ର ୱାର୍ଡ଼ ମେମ୍ବର ଓ ବହୁ ଅଞ୍ଚଳବାସୀ ଏହି ଶାନ୍ତି ଶୋଭାଯାତ୍ରରେ ସାମିଲ୍‌‌ ହୋଇ ପରିକ୍ରମା କରିଥିଲେ। ଶୋଭାଯାତ୍ରା ବେଳେ ମହାତ୍ମାଗାନ୍ଧୀଙ୍କ ପୂତିମୂର୍ତ୍ତିରେ ମଧ୍ୟ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସ୍ୱାତୀ ଅନୁଷ୍ଠାନର ବରିଷ୍ଠ କର୍ମୀ ପ୍ରଦୀପ ସ୍ୱାଇଁ, ବୈଦ୍ୟନାଥ ଖଟୁଆ, ରହିମ୍‌‌ ନାୟକ ଓ ଅନ୍ୟମାନେ ସହଯୋଗ କରିଥିଲେ। ପରେ ଏକ ଆଲୋଚନାଚକ୍ର ମଧ୍ୟ ଅନୁଷ୍ଠିତ ହୋଇଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories