www.samajalive.in
Tuesday, December 9, 2025
19.1 C
Bhubaneswar

ଆବାସ ଯୋଜନା ଗୃହ ନିର୍ମାଣରେ ବାଧକ ସାଜିଛି ପ୍ରଶାସନର ବାଲି କଟକଣା

ଫୁଲବାଣୀ: ସରକାର ଜନସାଧାରଣଙ୍କ ସୁବିଧା ଓ ବିଭିନ୍ନ କାର୍ଯ୍ୟ ହାତକୁ ନେଇ ରାସ୍ତା ଘାଟ ପାନୀୟ ଜଳ ଗୃହ ନିର୍ମାଣ ଭଳି ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି କିନ୍ତୁ କନ୍ଧମାଳ ଭଳି ଆଦିବାସୀ ଅଧ୍ୟୁଷିତ ପଛୁଆ ଜିଲ୍ଲାରେ ସରକାରଙ୍କ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନରେ ପ୍ରାୟ ସମସ୍ତ କାର୍ଯ୍ୟ ଏମିତିକି ଉନ୍ନତି ମୂଳକ କାର୍ଯ୍ୟ ହେଉ କି ଗରିବ ଲୋକଙ୍କ ମିଳିଥିବା ପ୍ରଧାନମନ୍ତ୍ରୀ ଆବାସ ଗୃହ ନିର୍ମାଣ କାର୍ଯ୍ୟ ହେଉ ସବୁ କାର୍ଯ୍ୟରେ ଜନସାଧାରଣ ସରକାରୀ କଟକଣାରେ ବଳି ପଡୁଛନ୍ତି। ଜିଲାରେ ପ୍ରାୟ ଅଞ୍ଚଳ ବଣ ପାହାଡ଼ ଘେରା ଓ ଘଞ୍ଚ ଜଙ୍ଗଲ ସହ ଉପାନ୍ତ ଅଞ୍ଚଳ ଥିବା ବେଳେ ବର୍ତମାନ ଗରିବ ଲୋକଙ୍କୁ ଦିଆ ଯାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ପାଇବା ପରେ ଅତି ଶୀଘ୍ର ତିନି ମାସ ମଧ୍ୟରେ କାର୍ଯ୍ୟ ସାରିବାକୁ ବ୍ଲକ ପ୍ରଶାସନ ତରଫରୁ କୁହାଯାଉଥିବା ବେଳେ ଫିରିଙ୍ଗିଆ ବ୍ଲକର ହିତାଧିକାରୀଙ୍କୁ ଗୃହ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ବାଲି ପାଇଁ ଚିନ୍ତାର କାରଣ ସାଜିଛି।

ବ୍ଲକରେ ପ୍ରାୟ ୨୦୦୦ରୁ ଅଧିକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ଦିଆଯାଇଥିବା ବେଳେ ଫିରିଙ୍ଗିଆ ବ୍ଲକରେ ଫୁଲବାଣୀ ବ୍ଲକ ଅନ୍ତର୍ଗତ ବିଶିପଡା ଅଞ୍ଚଳର ସାଲୁଙ୍କି ନଦୀରୁ ବାଲି ଆଣି ସମସ୍ତ ଉନ୍ନତିମୂଳକ କାର୍ଯ୍ୟ ଏବଂ ଗୃହ ନିର୍ମାଣ କାର୍ଯ୍ୟ କରାଯାଉଥିବା ବେଳେ ବାଲି ଓ ସିମେଣ୍ଟ ଇଟା କୁ କଟକଣା ଲଗାଇ ସାଲୁଙ୍କି ନଦୀରୁ ବାଲି ଉଠାଇଲେ ପାଞ୍ଚ ଲକ୍ଷ ଟଙ୍କା ଜୋରିମାନା ସହ ଦୁଇ ବର୍ଷ ଜେଲ ଦଣ୍ଡ ବୋଲି ବିଶିପଡା ସାଲୁଙ୍କି ନଦୀ କଡରେ ଫଳକ ମରାଯାଇଥିବା ବେଳେ ଗାଡି ଗୁଡିକ ବାଲି ଆଣିବାକୁ ମନା କରୁଥିବାରୁ ଆବାସ ଗୃହ ନିର୍ମାଣ କାର୍ଯ୍ୟ ନିର୍ମାଣ ନେଇ ଅଞ୍ଚଳରେ ଚିନ୍ତାର କାରଣ ସାଜିଥିବା ବେଳେ ଅସନ୍ତୋଷ ଦେଖାଦେଇଛି।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories