www.samajalive.in
Tuesday, December 9, 2025
19.1 C
Bhubaneswar

ପାଟନାରେ ବିରୋଧୀଙ୍କ ମହାମେଳି, ରଣନୀତି ପ୍ରସ୍ତୁତ

ଡେସ୍କ: ଆଜି ପାଟନାରେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଶାସକ ବିଜେପି ବିରୋଧରେ ଏକ ସାମ୍ମୁଖ୍ୟ ଗଠନ ପାଇଁ ବିରୋଧୀ ଦଳର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି। କଂଗ୍ରେସ, ଟିଏମସି, ଆରଜେଡି, ଜେଡି (ୟୁ), ଏନସିପି, ଏସପି ଏବଂ ବାମ ଦଳ ସିପିଆଇ, ସିପିଏମ ସମେତ ୧୭ଟି ଦଳର ନେତାମାନେ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ। ବୈଠକରେ କଂଗ୍ରେସ ସଭାପତି ମଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ ବିରୋଧୀ ଦଳମାନେ ଲୋକସଭା ନିର୍ବାଚନରେ ମିଳିତ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି ଯେ ଏଥିପାଇଁ ସାଧାରଣ ଏଜେଣ୍ଡା ପ୍ରସ୍ତୁତ ହେଉଛି ଏବଂ ଶିମଲାରେ ପରବର୍ତ୍ତୀ ବୈଠକ ଅନୁଷ୍ଠିତ ହେବ ଯେଉଁଥିରେ ସିଟ୍ ବଣ୍ଟନ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ। ବିରୋଧୀ ଦଳ ପ୍ରତ୍ୟେକ ରାଜ୍ୟରେ ପୃଥକ ଭାବରେ ରଣନୀତି ପ୍ରସ୍ତୁତ କରିବେ ବୋଲି ସେ କହିଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ସାମ୍ବିଧାନିକ ଅନୁଷ୍ଠାନ ଉପରେ ଆକ୍ରମଣ କରାଯାଉଛି। ଶ୍ରୀ ଗାନ୍ଧୀ କହିଛନ୍ତି, ଆମେ ଆଦର୍ଶ ଉପରେ ଲଡ଼ୁଛୁ। ଆରଜେଡି ସଭାପତି ଲାଲୁ ଯାଦବ କହିଛନ୍ତି ଯେ ଲୋକସଭା ନିର୍ବାଚନରେ ସାମ୍ପ୍ରଦାୟିକ ଦଳ ପରାସ୍ତ ହେବ। ବରିଷ୍ଠ ଜେଡି (ୟୁ) ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଯେ ବିଜେପିକୁ ପରାସ୍ତ କରିବା ପାଇଁ ରଣନୀତି ପ୍ରସ୍ତୁତ କରାଯାଇଛି। ବରିଷ୍ଠ ଟିଏମସି ନେତା ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ଜନ ଆନ୍ଦୋଳନ ପାଟନା ଠାରୁ ଆରମ୍ଭ ହୋଇଛି ଏବଂ ଆସନ୍ତା ସାଧାରଣ ନିର୍ବାଚନରେ ବିଜେପିକୁ ଏହାର ପରିଣାମ ଭୋଗିବାକୁ ପଡିବ।

- Advertisement -

ବୈଠକରେ ହେମନ୍ତ ସୋରେନ, ଏମ.କେ ଷ୍ଟାଲିନ, ଅରବିନ୍ଦ କେଜ୍ରିୱାଲ, ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ଅଖିଳେଶ ସିଂ ଯାଦବ, ଫାରୁକ ଅବଦୁଲ୍ଲା, ଶରଦ ପାୱାର, ମେହବୁବା ମୁଫତି ଏବଂ ଉଦ୍ଧବ ଠାକରେ ମଧ୍ୟ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories