www.samajalive.in
Wednesday, December 10, 2025
15.1 C
Bhubaneswar

ସିବିଆଇ ଲାଞ୍ଚ ମାମଲା: ସୁପ୍ରିମ କୋର୍ଟରେ ରିପୋର୍ଟ ଦାଖଲ କଲା ସିଭିସି

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ତଦନ୍ତକାରୀ ସଂସ୍ଥା ଏବେ ତଦନ୍ତର ସମ୍ମୁଖୀନ ହୋଇଛି। ସିବିଆଇର ବରିଷ୍ଠ ଅଧିକାରୀଙ୍କ ନାମରେ ହୋଇଥିବା ଲାଞ୍ଚ ଅଭିଯୋଗର ତଦନ୍ତ କରୁଛି ସିଭିସି। ସୋମବାର ଉକ୍ତ ମାମଲାର ଶୁଣାଣି ସୁପ୍ରିମ କୋର୍ଟରେ ହେବାକୁ ଥିଲା। ସିଭିସି ଦ୍ୱାରା ୨ଟି ପୃଥକ ପୃଥକ ରିପୋର୍ଟ ସୁପ୍ରିମ କୋର୍ଟରେ ଦାଖଲ କରାଯିବା ପରେ ପରବର୍ତ୍ତୀ ଶୁଣାଣି ଶୁକ୍ରବାର କରିବାକୁ କୋର୍ଟ ଧାର୍ଯ୍ୟ କରିଛି। ସିଭିସିର ଗୋଟିଏ ରିପୋର୍ଟ ଅଭିଯୋଗ ସମ୍ପର୍କିତ ତଦନ୍ତ ରିପୋର୍ଟ ହୋଇଥିବାବେଳେ ଅନ୍ୟ ରିପୋର୍ଟରେ କାର୍ଯ୍ୟକାରୀ ନିର୍ଦେଶକ ନାଗେଶ୍ୱର ରାଓଙ୍କ ଦ୍ୱାରା ଇତିମଧ୍ୟରେ ନିଆ ଯାଇଥିବା ନିଷ୍ପତ୍ତିର ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଛି।
ସିବିଆଇର ଉଭୟ ନିର୍ଦେଶକ ଆଲୋକ ବର୍ମା ଓ ରାକେଶ ଆସ୍ଥାନାଙ୍କୁ ପୃଥକ ପୃଥକ ଭାବେ ସିଭିସି ଜେରା କରିବା ପରେ ଉକ୍ତ ରିପୋର୍ଟ ପ୍ରସ୍ତୁତ କରିଛି। ଉଭୟଙ୍କ ନାମରେ ହୋଇଥିବା ଅଭିଯୋଗକୁ ବରିଷ୍ଠ ଅଧିକାରୀ ଅସ୍ୱୀକାର କରିଛନ୍ତି। ସିଭିସିର ଏହି ତଦନ୍ତର ନେତୃତ୍ୱ ସୁପ୍ରିମ କୋର୍ଟର ଅବସରପ୍ରାପ୍ତ ଜଷ୍ଟିସ ଏ କେ ପଟ୍ଟନାୟକ କରିଥିଲେ।
ତଦନ୍ତରେ ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ରାକେଶ ଆସ୍ଥାନା ଓ ଆଲୋକ ବର୍ମାଙ୍କୁ ୨୩ଅକ୍ଟୋବର ଦିନ ଅନିଦ୍ଦିଷ୍ଟକାଳ ପାଇଁ ଛୁଟିରେ ପଠାଇ ଦିଆଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories