www.samajalive.in
Sunday, December 7, 2025
26.1 C
Bhubaneswar

ଇନଷ୍ଟାଗ୍ରାମରୁ ସପିଙ୍ଗ୍‌ କରି ମହିଳା ହଟହଟା, ଲାଗିଲା ଲକ୍ଷେ ୨୫ ହଜାର ଟଙ୍କାର ଚୂନ

ନୂଆଦିଲ୍ଲୀ: ଯଦିଓ ଅନଲାଇନ୍ ସପିଙ୍ଗ୍‌ ପାଇଁ ବହୁତ ଅନଲାଇନ୍ ସାଇଟ୍ ଅଛି, କିନ୍ତୁ ଅନେକ ଲୋକ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ପରି ସୋସିଆଲ୍ ସାଇଟ୍‌ରୁ ସପିଙ୍ଗ୍‌ କରୁଛନ୍ତି। ଯଦି ଆପଣ ମଧ୍ୟ ଏହିପରି ଲୋକମାନଙ୍କ ମଧ୍ୟରୁ ଜଣେ ତେବେ ଆପଣଙ୍କୁ ବହୁତ ସତର୍କ ହେବା ଆବଶ୍ୟକ। ଆମେ ଏହା ଏଥିପାଇଁ କହୁଛୁ, କାରଣ ସୋସିଆଲ୍‌ ସାଇଟ୍‌ରୁ କିଛି ଜିନିଷ କିଣିବା ଆପଣଙ୍କୁ ଏତେ ମହଙ୍ଗା ପଡ଼ିପାରେ ଯେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି ମଧ୍ୟ ହୋଇପାରେ। ଜଣେ ମହିଳାଙ୍କୁ ଇନଷ୍ଟାଗ୍ରାମରୁ ପୋଷାକ କିଣିବା ଏତେ ମହଙ୍ଗା ପଡ଼ିଲା ଯେ ତାଙ୍କୁ ୧,୨୫,୦୦୦ ଟଙ୍କା ଠକେଇର ସାମ୍ନା କରିବାକୁ ପଡ଼ିଛି। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା..

ସର୍ବପ୍ରଥମେ ଆପଣଙ୍କୁ ବୁଝିବାକୁ ପଡ଼ିବ ଯେ, ସୋସିଆଲ ମିଡିଆରେ କୌଣସି ବାସ୍ତବିକତା ବିଷୟରେ ଜାଣିବା ଅତ୍ୟନ୍ତ କଷ୍ଟକର। ସାମାଜିକ ଗଣମାଧ୍ୟମରେ କାହା ଉପରେ ବିଶ୍ୱାସ କରିବା କୌଣସି ବିପଦରୁ କମ୍‌ ନୁହେଁ। ମେଲ ନାମକ ଜଣେ ମହିଳାଙ୍କ ସହ ମଧ୍ୟ ସମାନ ଘଟଣା ଘଟିଛି। ସେ ଇନଷ୍ଟାଗ୍ରାମରେ ଏକ ବିଜ୍ଞାପନ ଦେଖିଥିଲେ, ଯେଉଁଥିରେ Charles Tyrwhitt ନାମକ ଏକ ଷ୍ଟୋର୍‌ ବନ୍ଦ ହେବାକୁ ଯାଉଛି, ତେଣୁ ପୋଷାକ ଶସ୍ତାରେ କିଣିବାର ସୁଯୋଗ ଅଛି ବୋଲି ଲେଖା ହୋଇଥିଲା। ଇନଷ୍ଟାଗ୍ରାମ ପୋଷ୍ଟରେ ୪୦ ପ୍ରତିଶତ ରିହାତି ଦେବାର ଦାବି କରାଯାଇଥିଲା। ମହିଳାଜଣକ ପୋଷ୍ଟ ସହ ଦିଆଯାଇଥିବା ଲିଙ୍କ୍‌ ଉପରେ କ୍ଲିକ୍‌ କରିଥିଲେ। ଏହାପରେ ସେ Charles Tyrwhittର ନକଲି ୱେବସାଇଟ୍‌ରେ ପହଞ୍ଚିଥିଲେ। ମହିଳା ଜଣକ ତାଙ୍କ କ୍ରେଡିଟ୍ କାର୍ଡ ବ୍ୟବହାର କରି ପ୍ରାୟ ୧,୨୫,୦୦୦ ଟଙ୍କା ମୂଲ୍ୟର ପୋଷାକ ଅର୍ଡର କରିଥିଲେ, ଯେଉଁଥିରେ ସାର୍ଟ, ସୁଟ୍, ମଉଜା ଏବଂ ଟାଇ ଆଦି ରହିଥିଲା। ପୋଷାକ ଅର୍ଡର କରିବା ପରେ ଯେତେବେଳେ ତାଙ୍କ ପାଖରେ କୌଣସି ପୋଷାକ ପହଞ୍ଚି ନଥିଲା, ସେତେବେଳେ ମହିଳା ଜାଣିବାକୁ ପାଇଲେ ଯେ ସେ ଠକେଇର ଶିକାର ହୋଇଛନ୍ତି।

- Advertisement -

ଏକ ରିପୋର୍ଟ ଅନୁଯାୟୀ, ଅନଲାଇନ୍ ସପିଂକୁ ନେଇ ହେଉଥିବା ଠକେଇର ୮୦ ପ୍ରତିଶତ ମେଟାର ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ, ଫେସବୁକ୍ ଏବଂ ହ୍ବାଟ୍ସଆପ୍ ସହ ଜଡ଼ିତ। ଲୋକଙ୍କୁ ଲାଗେ ଯେ, ଶସ୍ତାରେ ଜିନିଷ ମିଳୁଛି ତେଣୁ କିଣିନେବା, କିନ୍ତୁ ଏହା ଲୋକଙ୍କ ଭ୍ରାନ୍ତ ଧାରଣା ହୋଇଥାଏ ଏବଂ ଏହାଦ୍ବାରା ଲୋକେ ଠକାମିର ଶିକାର ହୋଇଥାଆନ୍ତି। ଯଦି ଆପଣ ମଧ୍ୟ ଫେସ୍‌ବୁକ୍‌ ଓ ଇନଷ୍ଟାଗ୍ରାମ ଆଦି ସୋସିଆଲ୍‌ ସାଇଟ୍‌ରୁ କିଛି କିଣୁଛନ୍ତି ତେବେ ସତର୍କ ରୁହନ୍ତୁ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories