ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ପଞ୍ଚାୟତ ଠାରେ ଥିବା ମଡେଲ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରକୁ ଆଜି ସ୍ୱାସ୍ଥ୍ୟ ସଚିବ ସାଳିନୀ ପଣ୍ଡିତ ପରିଦର୍ଶନ କରିବା ସହ ମଡେଲ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ଉପରେ ଉପସ୍ଥିତ ଅଧିକାରୀ ଏବଂ ପବିଙ୍ଗିଆ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦର ମହିଳା ସ୍ୱାସ୍ଥ୍ୟ କର୍ମୀ ସୁଜାତା ବେହେରାଙ୍କ ସହ ଆଲୋଚନା କରିଛନ୍ତି। ପ୍ରଥମେ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଁଞ୍ଚି କେନ୍ଦ୍ରର ପରିବେଶ ବୁଲି ଦେଖିବା ସହ କାଗଜ ପତ୍ର ଦେଖିଥିଲେ ଓ ଖୁସି ବ୍ୟକ୍ତ କରିଥିଲେ। ଅନ୍ୟ ପଟେ ପରିଦର୍ଶନରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମନୋଜ କୁମାର ଉପାଧ୍ୟାୟ, ସ୍ୱାସ୍ଥ୍ୟ ଅଧିକାରୀ ଚିନ୍ମୟ ଶତପଥୀ, ଡି ପି ଏମ ମନୋରଞ୍ଜନ ସାହୁ, ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ପ୍ରବୋଧ କୁମାର ପ୍ରଧାନ, ଓ ସ୍ୱାସ୍ଥ୍ୟ ବିଭାଗ ର ଦୁଷ୍ମନ୍ତ ସୁତାର, ଅଜୟ କୁମାର ସାହୁ, ପ୍ରଭାତ କୁମାର ମୁନି, ଓ ଆଶା କର୍ମୀ ଗୋଲାପୀ କହଁର, ଶ୍ରୀୟା ଦେବୀ କହଁର, ସୁମିତ୍ରା କହଁର, ପୁଷ୍ପା ମଲିକ, ସତ୍ୟଭାମା କର୍ଣ ମିନା ନାୟକ, ରୁକ୍ମିଣୀ କହଁରଙ୍କ ସହ ଅନ୍ୟ ମାନେ ଉପସ୍ଥିତ ଥିଲେ।
Popular Categories



