www.samajalive.in
Tuesday, December 9, 2025
19.1 C
Bhubaneswar

ଅନ୍ତରୀକ୍ଷ ଚାରିଟେବୁଲ ଟ୍ରଷ୍ଟର ରଜ ଉତ୍ସବ

ଡେସ୍କ: ରାଜ୍ୟର ଅଗ୍ରଣୀ କଳା, ସାହିତ୍ୟ, ସଂସ୍କୃତି ଓ ସେବା ଅନୁଷ୍ଠାନ ଅନ୍ତରୀକ୍ଷ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଉତ୍କଳୀୟ ଗଣ ପର୍ବ ଓ ଭାଇଚାରାର ପର୍ବ ରଜ ପର୍ବ କଟକ ଗାନ୍ଧୀ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଇଂ ସୌରାଂଶୁ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅବସରପ୍ରାପ୍ତ ନଗର ଉନ୍ନୟନ ଅଧିକାରୀ ମୀନକେତନ ଦାସ ମୁଖ୍ୟ ବକ୍ତା, ଅବସରପ୍ରାପ୍ତ ଉପ ଆରକ୍ଷୀ ଅଧିକ୍ଷକ ରାଜକିଶୋର ସ୍ୱାଇଁ ବିଶିଷ୍ଟ ଅତିଥି, ବରେଣ୍ୟ ଅତିଥି ଭାବେ ସମାଜସେବୀ ଅରୁଣ କୁମାର ରଥ, ସମ୍ମାନିତ ବକ୍ତା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଆଡଭୋକେଟ ନୀଳମାଧବ ସାମଲ, ସମ୍ମାନିତ ଅତିଥି ଭାବେ ଆକାଶବାଣୀ ଶ୍ରୋତା ପରିଷଦର ସମ୍ପାଦକ ଅଜୟ କୁମାର ମହାନ୍ତି ଯୋଗ ଦେଇଥିଲେ।

ଏଥିରେ ସମାଜସେବୀ ଶଶଧର ପଣ୍ଡା, ଜ୍ୟୋତ୍ସ୍ନା ସାମନ୍ତରାୟ, ସ୍ନେହଲତା ନାୟକ, ଅନୁପମା ପଣ୍ଡା, ସ୍ନିଗ୍ଧା ନାୟକ, ଟିକିଦୁନିଆର ସମ୍ପାଦିକା ବସନ୍ତିମଞ୍ଜରି ନନ୍ଦ, ନିବାସ ଚନ୍ଦ୍ର ମିଶ୍ର, ଭାଗ୍ୟଶ୍ରୀ ଦାସ, ସଚ୍ଚିଦାନନ୍ଦ କର, ବୃନ୍ଦାବନ ପୁଷ୍ପାଳକ, ବିଜୟ କୁମାର ପଟ୍ଟନାୟକ ଓ କବି ଲକ୍ଷ୍ମୀଛଡ଼ା ପ୍ରମୁଖ ଯୋଗଦେଇ ନିକଟରେ ଘଟିଯାଇଥିବା ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପରେ ଅତିଥିଗଣ ରଜ ପର୍ବ ଉପରେ ଆଲୋକପାତ କରିଥିଲେ। ଏହି ସଭାରେ ଶତାଧିକ କବି ସ୍ୱରଚିତ କବିତା ପାଠ କରିବା ସହିତ ‘ଅନ୍ତରୀକ୍ଷ’ ପତ୍ରିକାର ରଜ ସଂଖ୍ୟା ଉନ୍ମୋଚନ କରାଯାଇଥିଲା। ଟ୍ରଷ୍ଟର ସ୍ଥାୟୀ ସଭାପତି ଆନନ୍ଦ କୁମାର ମାଇତି ସଭାରେ ପୌରାହିତ୍ୟ କରିଥିଲେ ଓ ସମ୍ପାଦିକା ଲକ୍ଷ୍ମୀପ୍ରିୟା ମାଇତି ସ୍ବାଗତ ଭାଷଣ ଦେଇଥିଲେ। ସଭା ସଂଯୋଜନା କରିଥିଲେ ଦେବାମିତ୍ରା ପ୍ରିୟଦର୍ଶିନୀ ଓ ସ୍ନେହଲତା ଧୀର ଧନ୍ୟବାଦ୍ ଅର୍ପଣ କରିଥିଲେ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories