ଡେରାଡୁନ୍: ଡେରାଡୁନ୍ରେ ଘଟିଛି ଏକ ହୃଦୟ ବିଦାରକ ଘଟଣା। ଆତ୍ମହତ୍ୟା କରିଥିବା ବାପାମାଙ୍କ ପାଖରେ ୪ ଦିନର ଶିଶୁ ୩ ଦିନ ପର୍ଯ୍ୟନ୍ତ ପଡ଼ିରହିଥିଲା। ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଶିଶୁଟି ଜୀବିତ ଅଛି। ପୁଲିସ୍ ସୂଚନା ଅନୁସାରେ, ଯେତେବେଳେ କିଛି ସ୍ଥାନୀୟ ଲୋକ କ୍ଲେମେଣ୍ଟ ଟାଉନ ଅଞ୍ଚଳର ଗୋଟିଏ ଘରୁ ଆସୁଥିବା ଦୁର୍ଗନ୍ଧ ବିଷୟରେ ପୁଲିସ୍କୁ ସୂଚନା ଦେଇଥିଲେ। ପୁଲିସ ଶିଶୁଟିକୁ ଉଦ୍ଧାର କରି ତୁରନ୍ତ ତାଙ୍କୁ ଡାକ୍ତରଖାନା ପଠାଇଥିଲା । ସବୁଠାରୁ ଆଶ୍ଚର୍ଯ୍ୟର କଥା, ଯେଉଁଠାରେ ଡାକ୍ତରମାନେ ତାଙ୍କ ଅବସ୍ଥା ଭଲ ଥିବା କହିଥିଲେ। ଯେତେବେଳେ ଆମେ କବାଟ ଭାଙ୍ଗିଲୁ, ସେତେବେଳେ ଆମେ ଦମ୍ପତିଙ୍କ ମୃତଦେହ ପାଇଲୁ। ଆମେ ସେଠାରେ ସେମାନଙ୍କର ୪ ଦିନର ଶିଶୁକୁ ମଧ୍ୟ ପାଇଲୁ । ମୃତଦେହ ଦୁଇରୁ ତିନି ଦିନ ହୋଇଥିବାରୁ ଆମେ ତୁରନ୍ତ ଶିଶୁଟିକୁ ଡାକ୍ତରଖାନାକୁ ପଠାଇଥିଲୁ। ସେଠାରେ ଡାକ୍ତରମାନେ ଶିଶୁଟିର ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନଜର ରଖିଛନ୍ତି ବୋଲି ଶିଶୁପାଲ ରାଣା କ୍ଲେମେଣ୍ଟ ଟାଉନ ପୁଲିସ ଷ୍ଟେସନ ଦାୟିତ୍ୱରେ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି। ପ୍ରାରମ୍ଭିକ ଅନୁସନ୍ଧାନ ଅନୁଯାୟୀ, ମହିଳା ଦ୍ୱିତୀୟ ପତ୍ନୀ ଥିଲେ ଏବଂ ବିବାହକୁ ସବୁବେଳେ ବିଭିନ୍ନ ସମସ୍ୟା ଭିତରେ ରହୁଥିଲେ । ଏହି ଦମ୍ପତିଙ୍କର ଚାରି ଦିନ ପୂର୍ବରୁ ଏକ ସନ୍ତାନ ଥିଲା। ମୃତ ବ୍ୟକ୍ତି ସାହାରନପୁରର ବାସିନ୍ଦା ଏବଂ ଜେସିବି ମେସିନ୍ ଚଳାଉଥିଲେ ବୋଲି ସ୍ଥାନୀୟ ପଡ଼ୋଶୀ କହିଛନ୍ତି। ଶରୀରରେ କୌଣସି ଆଘାତ ବା ଖଣ୍ଡିଆଖାବରା ଚିହ୍ନ ନଥିଲା। କିଛି ବିଷାକ୍ତ ପଦାର୍ଥ ଖାଇବା ପରେ ସେମାନେ ମୃତ୍ୟୁବରଣ କରିଥିବା ଜଣାପଡିଛି । କିନ୍ତୁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନାହିଁ। ଶବବ୍ୟବଚ୍ଛେଦ ରିପୋର୍ଟ ପାଇବା ପରେ ସମସ୍ତ ସତ୍ୟାସତ୍ୟ ଜଣାପଡିବ ବୋଲି ସେ କହିଛନ୍ତି।
୪ ଦିନର ଶିଶୁ ମୃତ ବାପାମାଆଙ୍କ ପାଖେ ୩ ଦିନ ବିତାଇଲା; ଆଶ୍ଚର୍ଯ୍ୟ ଶିଶୁଟି ଜୀବିତ ଅଛି
Popular Categories



