www.samajalive.in
Sunday, December 7, 2025
16.1 C
Bhubaneswar

ବିମୁଦ୍ରାୟନ-ଜିଏସଟି ବିକାଶ ପାଇଁ ବାଧକ: ରାଜନ

ନୂଆଦିଲ୍ଲୀ: ଆରବିଆଇର ପ୍ରାକ୍ତନ ଗଭର୍ଣ୍ଣର ରଘୁରାମ ରାଜନ ପୁଣି ଥରେ ମୋଦୀ ସରକାରଙ୍କ ନୀତି ଆଦର୍ଶ ପ୍ରତି ଅଙ୍ଗୁଠି ଉଠାଇଛନ୍ତି। ଭାରତରେ ବିମୁଦ୍ରାୟନ ଓ ଜିଏସଟି ହେତୁ ବିକାଶର ଗତି ମନ୍ଥର ହୋଇଛି ବୋଲି ମତବ୍ୟକ୍ତ କରିଛନ୍ତି। ଏପରିକି ବର୍ତ୍ତମାନ ଯେଉଁ ଗତିରେ ବିକାଶ ହେଉଛି ତାହା ପର୍ଯ୍ୟାପ୍ତ ନୁହେଁ ବୋଲି ରାଜନ ତାଙ୍କ ଭାଷଣରେ ଗୁରୁତ୍ୱାରୋପ କରିଛନ୍ତି। ଏପରିକି ପିଏମଓର ଭୂମିକା ଉପରେ ପ୍ରଶ୍ନ ଉଠାଇ ରାଜନ ଦେଶର ଏକାଧିକ ନିଷ୍ପତ୍ତିରେ ପିଏମଓର ହସ୍ତକ୍ଷେପ ଦେଶର ଅଗ୍ରଗତିକୁ ଅଟକାଉଛି ବୋଲି ଉଲ୍ଲେଖ କରିଛନ୍ତି।
ରିଜର୍ଭ ବ୍ୟାଙ୍କର ପ୍ରାକ୍ତନ ଗଭର୍ଣ୍ଣର ରଘୁରାମ ରାଜନ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ଶୁକ୍ରବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଭାରତରେ ୨୦୧୨ରୁ ୨୦୧୬ ମଧ୍ୟରେ ବିକାଶର ଗତି ଅଧିକ ରହିଥିବାବେଳେ ଜିଏସଟି ଓ ବିମୁଦ୍ରାୟନ ଦେଶର ବିକାଶରେ ପ୍ରମୁଖ ବାଧକ ପାଲଟି ଥିଲା ବୋଲି ମତବ୍ୟକ୍ତ କରିଥିଲେ। ବର୍ତ୍ତମାନ ଯେଉଁ ବିକାଶ ହେଉଛି ତାହା ଦେଶ ପାଇଁ ପର୍ଯ୍ୟାପ୍ତ ନୁହେଁ। ବିଶ୍ୱସ୍ତରରେ ଭାରତର ଅର୍ଥବ୍ୟବସ୍ଥା ବେଶ୍‍ ସମ୍ବେଦନଶୀଳ ବୋଲି ରାଜନ ସ୍ୱୀକାର କରିବା ସହ ସମ୍ପ୍ରତ୍ତି ଭାରତର ଅର୍ଥବ୍ୟବସ୍ଥା ବେଶ୍‍ ଅନୁକୂଳ ବୋଲି ପ୍ରକାଶ କରିଛନ୍ତି। ୨୦୧୭ରେ ଭାରତ ବିଶ୍ୱ ଅର୍ଥନୀତି ସହ ତାଳ ଦେଇ ଅଗ୍ରଗତି କରୁଥିବାବେଳେ ବିମୁଦ୍ରାୟନ ଓ ଜିଏସଟି ପ୍ରମୁଖ ଦୁଇ ବାଧକ ପରି ଏହାକୁ ଗତିରୋଧ କରିଥିଲା। ଯେଉଁ ଅନୁପାତରେ ଭାରତ ପରି ଦେଶରେ ଲୋକେ ଶ୍ରମ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ଭାରତୀୟ ଅର୍ଥନୀତି ସେମାନଙ୍କୁ ଆବଶ୍ୟକ ରୋଜଗାର ଦେବାରେ ବିଫଳ ହୋଇଛି। ଏଭଳି ପରିସ୍ଥିତିରେ ପ୍ରତି ମାସ ଭାରତରେ ୧୦ଲକ୍ଷ ନୂଆ ରୋଜଗାର ସୃଷ୍ଟି କରିବାର ଆବଶ୍ୟକତା ରହିଛି। ଏଭଳି ରୋଜଗାର ସୃଷ୍ଟି କରିବାକୁ ହେଲେ କେବଳ ବ୍ୟାଙ୍କ ଖାତାକୁ ସଫା ସୁତୁରା କରିଲେ ହେବ ନାହିଁ ବରଂ ଏନପିଏ ପରି ସମସ୍ୟାର ସମାଧାନ ନିମନ୍ତେ ବିଭିନ୍ନ କ୍ଷେତ୍ରରୁ ସହଯୋଗର ଆବଶ୍ୟକତା ରହିଛି ବୋଲି ରାଜନ ଗୁରୁତ୍ୱାରୋପ କରିଛନ୍ତି। ଯଦି ଭାରତ ପରି ଦେଶରେ ଆମେ କେବଳ ୭ ପ୍ରତିଶତ ଅଥବା ତା’ଠାରୁ କମ୍‍ ଅଭିବୃଦ୍ଧି କରୁଛୁ ତେବେ ନିଶ୍ଚିତ ଭାବେ ଅର୍ଥନୀତିରେ କୌଣସି ତ୍ରୁଟି ରହିଛି ବୋଲି ଧରି ନେବାକୁ ପଡ଼ିବ ବୋଲି ରାଜନ ଆଶଙ୍କା କରିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories