www.samajalive.in
Sunday, December 7, 2025
23.1 C
Bhubaneswar

ଅତ୍ୟନ୍ତ ଶୁଭ ଏହି ମୂର୍ତ୍ତି ; ହୋଇଥାଏ ମନସ୍କାମନା ପୂରଣ..

ମାନ୍ୟତା ଅନୁଯାୟୀ,କାମଧେନୁ ସ୍ୱର୍ଗରେ ବାସ କରୁଥିବା ଏକ ଦିବ୍ୟ ଗାଈ। ହିନ୍ଦୁ ଧର୍ମରେ ଏହା ଖୁବ୍‌‌ ପୂଜନୀୟ। କାମଧେନୁ ଗାଈ ସମୁଦ୍ର ମନ୍ଥନ ସମୟରେ ଉତ୍ପତ୍ତି ହୋଇଥିଲା ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି। କାମଧେନୁ ସମସ୍ତ ମନସ୍କାମନା ପୂରଣ କରିବା ସହ ଘରେ ଶାନ୍ତି,ସୁଖସମୃଦ୍ଧି ଓ ଆର୍ଥିକ କ୍ଷେତ୍ରରେ ମଧ୍ୟ ଉନ୍ନତି ଆଣିଥାଏ। ତେଣୁ କାମଧେନୁ ଗାଈ ମୂର୍ତ୍ତି ଘରେ ରଖିବା ଅତ୍ୟନ୍ତ ଶୁଭଙ୍କର ବୋଲି କୁହାଯାଏ। ଜାଣନ୍ତୁ..
ମାନ୍ୟତା ଅନୁଯାୟୀ, କାମଧେନୁ ଗାଈର କୃପା ରହିଥିଲେ ଘରେ କଦାପି ଆର୍ଥିକ ସମସ୍ୟା ସୃଷ୍ଟି ହୋଇନଥାଏ। ଏହାକୁ ଏକ ଶକ୍ତି କୁହାଯାଏ। ବାସ୍ତୁ ଅନୁଯାୟୀ, କାମଧେନୁ ଗାଈଙ୍କ ନିକଟରେ ମା’ ଦୁର୍ଗା, ମା’ଲକ୍ଷ୍ମୀ ଓ ଦେବୀ ସରସ୍ୱତୀଙ୍କ କୃପା ରହିଛି। ତେଣୁ କାମଧେନୁ ଗାଈଙ୍କ ମୂର୍ତ୍ତି କିମ୍ବା ଫଟୋ ଲଗାଇବା ଦ୍ୱାରା ଅନେକ ଲାଭ ମିଳିଥାଏ। ଜୀବନରେ ଥିବା ଅନେକ ସମସ୍ୟାକୁ ଦୂର କରିବା ସହ ବ୍ୟବସାୟ ଓ ଆର୍ଥିକ କ୍ଷେତ୍ରରେ ଉନ୍ନତି ହୋଇଥାଏ। କାମଧେନୁ ଗାଈ ଓ ବାଛୁରୀ ଥିବା ମୂର୍ତ୍ତି ଘରେ ରଖିବା ଦ୍ୱାରା ଅନେକ ଶୁଭଫଳ ମିଳିଥାଏ।
ଘରେ କାମଧେନୁ ଗାଈର ମୂର୍ତ୍ତିକୁ ଐଶାନ୍ୟ କୋଣ ଅର୍ଥାତ ପୂର୍ବ-ଉତ୍ତର ଦିଗରେ ରଖନ୍ତୁ। ଏହି ଦିଗରେ ଦେବତାଙ୍କ ବାସ ରହିଥାଏ ବୋଲି କୁହାଯାଏ। ଏହି ସ୍ଥାନରେ ମୂର୍ତ୍ତି ରଖିବା ଦ୍ୱାରା ଅନେକ ଲାଭ ମିଳିଥାଏ। ଏହାସହ ଏହାକୁ ଉତ୍ତର-ପୂର୍ବ ଦିଗରେ ମଧ୍ୟ ରଖି ପାରିବେ।
ବାସ୍ତୁ ଅନୁଯାୟୀ, ଘରେ କାମଧେନୁ ଗାଈର ପ୍ରତିମା ଯେକୌଣସି ଧାତୁର ମଧ୍ୟ ରଖିପାରିବେ। ଗାଈ ସହ ବାଛୁରୀ ଥିବା ମୂର୍ତ୍ତି ହିଁ ରଖନ୍ତୁ। ଏହାକୁ ଘରେ ରଖିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories