www.samajalive.in
Tuesday, December 9, 2025
15.1 C
Bhubaneswar

ଦୁର୍ଷ୍କମକାରୀକୁ ୧୦ ବର୍ଷ କାରାଦଣ୍ଡ

ସମ୍ବଲପୁର: ସମ୍ବଲପୁରରେ ସ୍ଥିତ ସ୍ୱତନ୍ତ୍ର ପୋକ୍ସୋ ଫାଷ୍ଟ ଅଦାଲତ ଦ୍ୱାରା ନାବାଳିକା ଦୁର୍ଷ୍କମର ୨୦୧୭ ମସିହାରେ ଏକ ମାମଲାର ଶୁଣାଣି କରି ଦୋଷୀଙ୍କୁ ୧୦ ବର୍ଷର ସଶ୍ରମ କାରାଦଣ୍ଡ ପ୍ରଦାନ କରିଛନ୍ତି। ପ୍ରାପ୍ତ ସୂଚନାନୂଯାୟୀ, ସମ୍ବଲପୁର ଜିଲା ଧନୁପାଲି ଥାନା ଅର୍ନ୍ତଗତ ତୁରୀପଡ଼ା ଅଞ୍ଚଳର ଅଞ୍ଚଳର ରାମ ପ୍ରସାଦ ଲୁହା ସେହି ଅଞ୍ଚଳର ଜଣେ ୫ ବର୍ଷିୟ ନାବାଳିକାଙ୍କୁ ୧୪ ଅକ୍ଟୋବର ୨୦୧୭ ମସିହାରେ ଦୁର୍ଷ୍କମ ଉଦ୍ୟମ କରିଥିଲେ। ନାବାଳିକା ଘର ପାଖରେ ଖେଳୁଥିବା ବେଳେ ତାଙ୍କୁ ଘରକୁ ଡାକି ଦୁର୍ଷ୍କମ ଉଦ୍ୟମ କରିଥିଲେ। ତେବେ ପିଡିତା କୌଣସି ମତେ ଘରକୁ ଫେରି ଆସି ସମସ୍ତ ବିଷୟ ତାଙ୍କର ବାପାଙ୍କୁ କହିବାରୁ ଧନୁପାଲି ଥାନାରେ ଅଭିଯୋଗ କରାଯାଇଥିଲା।

ପୁଲିସ ମାମଲା ସଂଖ୍ୟା ୪୭୨/୨୦୧୭ ରୁଜୁ କରି ଅଭିଯୁକ୍ତ ରାମ ପ୍ରସାଦ ଲୁହାଙ୍କୁ ଗିରଫ କରି ଅଦାଲତକୁ ଚାଲାଣ କରିଥିବା ବେଳେ ସେହି ଦିନ ଠାରୁ ସ୍ୱତନ୍ତ୍ର ଅଦାଲତ ଦ୍ୱାରା ଏହି ମାମଲାର ଶୁଣାଣି ଚାଲିଥିଲା। ମଙ୍ଗଳବାର ମାନ୍ୟବର ସ୍ୱତନ୍ତ୍ର ବିଚାରପତି ପି.କେ. ଦାଶ ୧୦ ଜଣ ସାକ୍ଷୀ ଓ ୩୪ଟି ଦସ୍ତାବେଜ ଅନୁଧ୍ୟାନ କରିବା ପରେ ଅଭିଯୁକ୍ତ ରାମ ପ୍ରସାଦ ଲୁହ ଙ୍କୁ ଆଇପିସିର ଧାରା ୩୭୬ (୩) ଓ ପୋକ୍ସସୋ ଆଇନ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଏକ ବର୍ଷ ସଶ୍ରମ ଅତିରିକ୍ତ କାରାଦଣ୍ଡର ଆଦେଶ ଦିଆଯାଇଛି। ଏଥି ସହ ପିଡିତାଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories