www.samajalive.in
Tuesday, December 9, 2025
16.1 C
Bhubaneswar

ଟିକିରା ପେଟ୍ରୋଲ ପମ୍ପରେ ଠକେଇ ଅଭିଯୋଗ

ପାଟଣା: ଢେଙ୍କିକୋଟ ନିକଟସ୍ଥ ୨୨୦ ନମ୍ବର ଜାତୀୟ ରାଜପଥ ର ଟିକିରା ନିକଟରେ ଥିବା ଇଣ୍ଡିଆନ୍ ଅଏଲର ମା ଗଡଚଣ୍ଡି ଫିଲିଙ୍ଗ ଷ୍ଟେସନରେ ଗ୍ରାହକଙ୍କୁ ଠକେଇ କରାଯାଉଥିବା ଅଭିଯୋଗ ହୋଇଛି। ଦୈନିକ ଗ୍ରାହକଙ୍କୁ ଠକେଇ କରାଯାଉଥିବା ଅଭିଯୋଗ ହେଉଥିବା ବେଳେ ମଙ୍ଗଳବାର ସଂଧ୍ୟାରେ ବିରେନ୍ଦ୍ର କୁମାର ନାମକ ଜଣେ ସ୍କୁଟି ଚାଳକଙ୍କୁ ପେଟ୍ରୋଲ ଦେବାରେ ଠକେଇ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ସେ ପ୍ରଥମେ ତାଙ୍କ ସ୍କୁଟିରେ ୨ଶହ ଟଙ୍କାର ପେଟ୍ରୋଲ ପକାଇ ଥିଲେ। ତେଲ ଦେବାରେ ସନ୍ଦେହ ହେବାରୁ ପୁନର୍ବାର ସ୍କୁଟି ଟାଙ୍କି ଫୁଲ କରିବା ପାଇଁ କହିଥିଲେ । ତେବେ ସ୍କୁଟି ରେ ପୁନର୍ବାର ୪୨୭ ଟଙ୍କା ର ତେଲ ଦେବା ପରେ ଟାଙ୍କି ଫୁଲ ହୋଇଥିଲା। ଏଠାରେ ପ୍ରଶ୍ନ ଉଠୁଛି ୫ଲିଟର ୩୦୦ ମିଲି ମିଟର ତେଲ ଧରୁଥିବା ଟାଙ୍କି ରେ ୬୨୭ ଟଙ୍କାର ପେଟ୍ରୋଲ କିପରି ଧରିଲା। ଏହାକୁ ନେଇ ସ୍କୁଟି ଚାଳକ ତାଙ୍କ ସ୍କୁଟିରୁ ସମସ୍ତ ତେଲ ବାହାର କରିବା ପାଇଁ କହିଥିଲେ। ତେବେ ସ୍କୁଟିରୁ ତେଲ ବାହାର କରିବା ପରେ ସେଠାରୁ ମାତ୍ର ୫ଲିଟର ତେଲ ବାହିରି ଥିଲା। ଯାହାକୁ ନେଇ କିଛି ସମୟ ପାଇଁ ସେଠାର ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories