ପାତ୍ରପୁର : ଜରଡ଼ା ଥାନା ସପଙ୍ଗ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ତେନ୍ତୁଳି ଗଛରୁ ପୁଲିସ ଉଦ୍ଧାର କରିଛି। ଯୁବକ ଜଣକ ସେହି ଗ୍ରାମର ଟୁନା ନାଇକ ( ୨୫) ବର୍ଷ ବୋଲି ଜଣା ପଡିଛି। ଟୁନା ଗତ କିଛି ଦିନ ହେଲା କୌଣସି କାରଣରୁ ନିଶାସକ୍ତ ଅବସ୍ଥାରେ ଗ୍ରାମରେ ବୁଲୁଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଘର ବାରି ପଟେ ଥିବା ଏକ ତେନ୍ତୁଳି ଗଛରେ ବେକରେ ରଶି ଦେଇ ଆତ୍ମ ହତ୍ୟା କରିଥିବା ଜଣାପଡିଥିଲା। ଗ୍ରାମବାସୀ ବୁଧବାର ସକାଳୁ ଟୁନା ଆତ୍ମ ହତ୍ୟା କରିଥିବା ଦେଖିବାକୁ ପାଇ ଜରଡା ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଥିବା ଜଣାପଡ଼ିଛି। ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।
Popular Categories



