www.samajalive.in
Wednesday, December 10, 2025
15.1 C
Bhubaneswar

ବିଶ୍ୱକପ୍‍ ଖେଳିବାର ଆଶା ଥିଲା: ଅମିତ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡ଼ିୟମରେ ଆଉ ମାତ୍ର ୧୮ ଦିନ ପରେ ଆୟୋଜିତ ହେବାକୁ ଥିବା ପୁରୁଷ ହକି ବିଶ୍ୱକପରେ ଦୁଇ ଓଡ଼ିଆଙ୍କ ଚମକ ଦେଖିବାକୁ ମିଳିବ। ଦୁଇ ଓଡ଼ିଆ ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା ୧୮ଜଣିଆ ଚୂଡାନ୍ତ ଦଳରେ ସ୍ଥାନ ପାଇବାରେ ସକ୍ଷମ ହୋଇଛନ୍ତି। ଅକ୍ଟୋବର ୧୬ରୁ ଆରମ୍ଭ ହୋଇଥିବା ପ୍ରଥମ ପର୍ଯ୍ୟାୟ ଶିବିର ପାଇଁ କୌଣସି ଓଡ଼ିଆ ଖେଳାଳିଙ୍କୁ ସୁଯୋଗ ନମିଳିବା ପରେ ଉଠିଥିଲା ପ୍ରତିବାଦର ସ୍ୱର। ପରେ ଅମିତ ଓ ବୀରେନ୍ଦ୍ରଙ୍କ ସମେତ ଜୁନିୟର ଖେଳାଳି ଶିଳାନନ୍ଦ ଲାକ୍ରା ଓ ସୁମନ ବେକ୍‍ଙ୍କୁ ସମ୍ଭାବ୍ୟ ଶିବିରରେ ସାମିଲ କରାଯାଇଥିଲା। ଶେଷରେ ବିଶ୍ୱକପ ଚୂଡାନ୍ତ ଦଳରେ ଓଡ଼ିଶାରୁ ୨ ଖେଳାଳି ଅମିତ ଓ ବୀରେନ୍ଦ୍ର ସ୍ଥାନ ପାଇବାରେ ସକ୍ଷମ ହୋଇଛନ୍ତି। ସୁନ୍ଦରଗଡ଼ ଜିଲାର ୨୫ ବର୍ଷ ବୟସ୍କ ଅମିତ ୨୦୧୨ରୁ ଭାରତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। ଏଥିମଧ୍ୟରେ ୫୫ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳି ୪ଟି ଗୋଲ ସ୍କୋର କରିବାରେ ସକ୍ଷମ ହୋଇଛନ୍ତି। ପ୍ରଥମଥର ପାଇର୍ଁ ଅମିତ ବିଶ୍ୱକପ ଦଳରେ ସ୍ଥାନ ପାଇଛନ୍ତି। ଦଳ ଘୋଷଣା ପରେ ଖୁସି ବ୍ୟକ୍ତକରିବା ସହ ଅମିତ କହିଛନ୍ତି, ଘରୋଇ ପଡ଼ିଆରେ ବିଶ୍ୱକପ ଖେଳିବା ନେଇ ଆଶା ରଖିଥିଲି। ଅକ୍ଟୋବର ୧୬ରୁ ଆରମ୍ଭ ହୋଇଥିବା ପ୍ରଥମ ପର୍ଯ୍ୟାୟ ସମ୍ଭାବ୍ୟ ଶିବିର ଲାଗି ଦଳରେ ସ୍ଥାନ ନପାଇବା ନେଇ ବହୁତ ଦୁଃଖିତ ଥିଲି। ପୂନର୍ବାର ଦଳରେ ସ୍ଥାନପାଇବା ପରେ ଏସିଆନ ଚମ୍ପିଆନ୍‍ସ ଟ୍ରଫିରେ ଖେଳିବା ନେଇ ମଧ୍ୟ ଲକ୍ଷ୍ୟ ରଖିଥିଲି। ଏଥିରେ ମଧ୍ୟ ସ୍ଥାନ ନମିଳିବା ପରେ ଆଶ ହରାଇନଥିଲି। ବିଶ୍ୱକପ ଦଳରେ ସ୍ଥାନ ପାଇଥିବାରୁ ବହୁତ ଖୁସି। ବିଶ୍ୱକପ୍‍ରେ ଶତ ପ୍ରତିଶତ ପ୍ରଦର୍ଶନ କରିବା ନେଇ ଉଦ୍ୟମ କରିବି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories