www.samajalive.in
Tuesday, December 9, 2025
26.1 C
Bhubaneswar

ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ, ବର୍ଦ୍ଧିତ ହଷ୍ଟେଲ ଫିସ ପ୍ରତ୍ୟାହାର ଦାବି

ଗୋପାଳପୁର: ଶିତଳାପଲ୍ଲୀ ସ୍ଥିତ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଦୁଇ ଦଫା ନେଇ ଆଜି ବିକ୍ଷୋଭ ପ୍ରଦର୍ଶନ ସହ ଅଧ୍ୟକ୍ଷଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ମହାବିଦ୍ୟାଳୟ ପରିସରରେ ଥିବା ବିଭିନ୍ନ ହଷ୍ଟେଲ ମାନଙ୍କରେ ରହୁଥିବା ଛାତ୍ରମାନଙ୍କୁ ରୁମ ଭଡ଼ା ଓ ଅନ୍ୟଖର୍ଚ୍ଚ ବାବଦରେ ୬୦୦୦ ଟଙ୍କା ଦାଖଲ ସହ ହଷ୍ଟେଲ ଫିସ ବାବଦକୁ ୧୩,୩୬୦ ଲେଖାଏଁ ଆଦାୟ ପାଇଁ କଲେଜ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଯାହାକୁ ନେଇ ହଷ୍ଟେଲରେ ରହୁଥିବା ଛାତ୍ରମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସରକାରୀ ଶିକ୍ଷାନଷ୍ଠାନରେ ରୁମ ଭଡ଼ା ଗ୍ରହଣୀୟ ନୁହେଁ ବୋଲି ସେମାନେ କହିଛନ୍ତି।

ଶୁକ୍ରବାର ରାତ୍ର ୧୨ ଘଟିକା ପର୍ଯ୍ୟନ୍ତ ଛାତ୍ରୀମାନେ ଛାତ୍ରୀ ନିବାସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅନ୍ୟପଟେ ମେସ୍ ବିଲରେ ବିନା ସ୍ୱାକ୍ଷରରେ ବିଲ୍ ପାସ୍ କରାଯାଇଛି ବୋଲି ମଧ୍ୟ ସେମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଅଧ୍ୟକ୍ଷ ପ୍ରଫେସର ରଞ୍ଜନ କୁମାର ସ୍ବାଇଁ ପହଞ୍ଚି ଛାତ୍ରୀମାନଙ୍କୁ ପ୍ରତିଶ୍ରୁତି ଦେବା ପରେ ଛାତ୍ରୀ ମାନେ ଏହାକୁ ସ୍ଥଗିତ ରଖିଥିଲେ।
ଆଜି ଏହି କ୍ରମରେ ପ୍ରତ୍ୟେକ ହଷ୍ଟେଲର ଛାତ୍ରମାନେ ବିଭିନ୍ନ ଦାବିନେଇ ଅଧ୍ୟକ୍ଷ ପ୍ରଫେସର ରଞ୍ଜନ କୁମାର ସ୍ବାଇଁଙ୍କୁ ସାକ୍ଷାତ କରି ଦାବି ପତ୍ର ପ୍ରଦାନ କରିଥିଲେ। ସବୁ ଶିକ୍ଷାନୁଷ୍ଠାନରେ ଗ୍ରୀଷ୍ମ ଅବକାଶ ଚାଲୁ ରହିଥିବା ବେଳେ ଏଠାରେ କିନ୍ତୁ ଏହା ଲାଗୁ ହୋଇନାହିଁ। ଆଗାମୀ ଦିନରେ ଦାବି ପୂରଣ ନହେଲେ ବିଦ୍ୟାର୍ଥୀଙ୍କ ପକ୍ଷରୁ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି‌ ସେମାନେ କହିଛନ୍ତି।

- Advertisement -

ଅଧ୍ୟକ୍ଷ ରଞ୍ଜନ କୁମାର ସ୍ବାଇଁ କହିଛନ୍ତି ଯେ କୋଭିଡ ସମୟରେ ସରକାରଙ୍କ ନିଷ୍ପତ୍ତି ପ୍ରକାରରେ କିଛି ଅର୍ଥ ରାଶି ଛାଡ କରାଯାଇଥିଲା, କିନ୍ତୁ ଏବେ ପୁଣି ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ପ୍ରକାରରେ ଫିସ ଆଦାୟ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ବିଦ୍ୟାର୍ଥୀଙ୍କ ଅଭିଯୋଗ ନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories