ତିଗିରିଆ: ଅସହାୟକୁ ସାହା ହେଲା ଶ୍ରୀମନ୍ଦିର ସେବାଶ୍ରମ। ତିଗିରିଆ ନିଜିଗଡ଼ ପଞ୍ଚାୟତ ମହାବୀର ବଜାର ଷ୍ଟେଟ ବ୍ୟାଙ୍କ ଏଟିଏମ୍ ସମ୍ମୁଖରେ ରାସ୍ତା କଡ଼ରେ ଦୀର୍ଘବର୍ଷ ଧରି ରହି ଆସୁଥିବା ଜଣେ ଅସହାୟ ମହିଳାକୁ କୋଳେଇ ନେଇଛି ଏହି ସେବାଶ୍ରମ ସଂସ୍ଥା। ରାସ୍ତା କଡ଼ରେ ନିରାଶ୍ରୟ ଜୀବନ ବିତାଉଥିବା ଏଇ ମଣିଷମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସାହାଯ୍ୟ, ସହଯୋଗ ଓ ଆଶ୍ରୟ ଯୋଗାଇବା ସହ ମାନସିକ ସ୍ତରରେ ସେମାନଙ୍କ ମନରେ ସାହସ ଓ ସକରାତ୍ମକ ଭାବନା ଦୃଢ଼ କରିବାକୁ ଏହି ସଂସ୍ଥା କାର୍ଯ୍ୟ କରୁଛି। ଶୁକ୍ରବାର ନିଜିଗଡ଼ ସରପଞ୍ଚଙ୍କ ପ୍ରତିନିଧି ରାଜା ଆଦିତ୍ୟ ପ୍ରସାଦ ମହାନ୍ତିଙ୍କ ଉପସ୍ଥିତିରେ ସଂସ୍ଥାର କର୍ମକର୍ତ୍ତାମାନେ ପହଞ୍ଚି ଅସହାୟ ମହିଳା ଜଣଙ୍କୁ ନିଜ ସେବାଶ୍ରମ ଗୃହକୁ ନେଇଥିବା ଜଣାପଡିଛି।
Popular Categories



