www.samajalive.in
Tuesday, December 9, 2025
26.1 C
Bhubaneswar

ଶରୀର ପାଇଁ କିୱି ଫଳର ଉପକାରିତା

କିୱି ଏକ ଏପରି ଫଳ ଯେଉଁଥିରେ ଭିଟାମିନ-ସି ଓ ଆଣ୍ଟି-ଅକ୍ସିଡାଣ୍ଟ ସହ ଅନେକ ପୌଷ୍ଟିକ ତତ୍ତ୍ବ ରହିଥାଏ। ଏହି ଫଳ ସଂକ୍ରମଣ ରୋଗ ଠାରୁ ଦୂରେଇ ରଖିଥାଏ। ଏହା ଶରୀରରେ କୋଲେଷ୍ଟ୍ରୋଲ ନିୟନ୍ତ୍ରଣ କରିଥାଏ। କିୱି ଫଳ ଆମ ଶରୀର ପାଇଁ ଏକ ଉତ୍ତମ ଫଳ ଅଟେ। ଏହା ଖାଇବା ଦ୍ବାରା ଅନେକ ରୋଗରୁ ମୁକ୍ତି ମିଳିଥାଏ।

କୁହାଯାଇଛି ଯେ, ୧୦୦ଗ୍ରାମ କିୱିରେ ୬୧ କ୍ୟାଲୋରୀ, ୧୪.୬୬ଗ୍ରାମ କାର୍ବୋହାଇଡ୍ରେଟ୍ସ, ୧ଗ୍ରାମ ପ୍ରୋଟିନ, ୩ଗ୍ରାମ ଫାଇବର, ୨୫ ମାଇକ୍ରୋଗ୍ରାମ ଫଲିକ ଏସିଡ ରହିଛି। ଏହାକୁ ନିୟମିତ ଖାଇବା ଦ୍ବାରା କୋଷ୍ଠ କାଠିନ୍ୟ ପରି ସମସ୍ୟା ଦୂର ହୋଇଥାଏ।

- Advertisement -

ଆସନ୍ତୁ ଜାଣିବା କିୱି ଖାଇବା ଦ୍ବାରା ଶରୀରକୁ କ’ଣ ଲାଭ ମିଳିଥାଏ ..

ହୃଦଘାତ ସମ୍ବନ୍ଧୀୟ ରୋଗ :

କିୱିରେ ଫାଇବର ପ୍ରଚୁର ପରିମାଣ​‌ରେ ରହିଛି। ଏହା ଆମ ହୃଦୟକୁ ସୁସ୍ଥ ରଖିବା ସହ ଅନେକ ରୋଗରୁ ରକ୍ଷା କରିଥାଏ।

ଡାଇବେଟିସ :

ଡାଇବେଟିସ ରୋଗୀଙ୍କ ପାଇଁ କିୱି ରାମବାଣ ପରି କାର୍ଯ୍ୟ କରିଥାଏ। ଏହା ଶରୀରରେ ସର୍କରାର ମାତ୍ରାକୁ କମ କରିଥାଏ। କିୱିରେ ଖାଇବା ଦ୍ବାରା ଶରୀରରେ ସର୍କରାର ମାତ୍ରା ନିୟନ୍ତ୍ରିତ ହୋଇ ରହିଥାଏ।

ଆଖି ପାଇଁ :

କିୱି ଖାଇବା ଦ୍ବାରା ଆଖିର ଅନେକ ସମସ୍ୟା ଦୂର ହୋଇଥାଏ। ଏଥିରେ ଥିବା ପୋଷକ ତତ୍ତ୍ବ ଆମ ମୁହଁ ଓ ଶରୀରକୁ ସୁସ୍ଥ ରଖିଥାଏ। କିୱିରେ ଭିଟାମିନ-ଏ ଥିବାରୁ ତାହା ଦୃଷ୍ଟି ଶକ୍ତି ଠିକ ରଖିଥାଏ।

ମୁହଁର ସମସ୍ୟା :

କିୱି ପୋଷକ ଯୁକ୍ତ ଫଳ ହୋଇଥିବାରୁ ଏହା ମୁହଁ ପାଇଁ ଲାଭଦାୟକ ହୋଇଥାଏ। ଏଥିରେ ଭିଟାମିନ-ସି, ଇ ଓ ଆଣ୍ଟି-ଅକ୍ସିଡାଣ୍ଟ ଥିବାରୁ ମୁହଁର ଥିବା କୋଷଗୁଡିକୁ ରକ୍ଷା କରିବା ସହ ସୁସ୍ଥ ରଖିଥାଏ।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories