www.samajalive.in
Sunday, December 7, 2025
14.1 C
Bhubaneswar

ଧଅଁରପୁର ଠାରେ ମାଓ ପୋଷ୍ଟର ଠାବ , ପଞ୍ଚାୟତ ନିର୍ବାଚିତ ପ୍ରତିନିଧିଙ୍କୁ ଚେତାବନୀ

ଧର୍ମଗଡ଼ : ୫-ଟି ସଚିବଙ୍କ କଳାହାଣ୍ଡି ଗସ୍ତ ନେଇ ଜିଲ୍ଲା ପ୍ରଶାସନ ଚଳଚଞ୍ଚଳ ଥିବାବେଳେ ଜିଲ୍ଲାର ଦୁଇ ଦୁଇଟି ସ୍ଥାନରୁ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ଧର୍ମଗଡ଼ ବ୍ଲକ ଧଅଁରପୁର ପଞ୍ଚାୟତ କାର୍ୟ୍ୟାଳୟ ନିକଟରେ ଥିବା ଏକ ଗଛରେ ମାଓ ପୋଷ୍ଟର ଥିବା ଦେଖିବାକୁ ମିଳିଛି । ଏହି ପୋଷ୍ଟରରେ ଗରିବ ଲୋକଙ୍କୁ ଶୋଷଣ ନକରିବାକୁ ପରାମର୍ଶ ଦିଆଯାଇଛି। ପଞ୍ଚାୟତ‌ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ଗରିବଙ୍କ ହିତକୁ ଦୃଷ୍ଟିରେ ରଖି କାମ କରିବାକୁ ଚେତାବନୀ ଦିଆଯାଇଛି।
ସେହିପରି ଛତିଗୁଡା ନିକଟରେ ଲାଲ ସାହିରେ ଲେଖାଥିବା ପୋଷ୍ଟରେ ତିନି ଜଣ ସାମ୍ବାଦିକଙ୍କୁ ଧମକ ଦିଆଯାଇଛି । ଧଅଁରପୁର ପୋଷ୍ଟରରେ ଭୂମିହୀନଙ୍କୁ ଜମି ପ୍ରଦାନରେ ସ‌ହଯୋଗ, ନିଛାଟିଆ ଦେଖି ଗରିବ ଲୋକଙ୍କୁ ହଇରାଣ ନକରିବା, ସେମାନଙ୍କ ପାଇଁ ଆସୁଥିବା ଯୋଜନାର ବାଟମାରଣା ନକରିବାକୁ ପରାମର୍ଶ ଦିଆଯାଇଛି। ଏଥିରେ ସ୍ଥାନୀୟ ସରପଞ୍ଚ,ସମିତି ସଭ୍ୟ କିମ୍ବା ଜିଲ୍ଲା ପରିଷଦ ଖିଲାପି କଲେ ସେମାନଙ୍କୁ ଉଠେଇ ଆଣିବାକୁ ଧମକ ଦେବା ସହ ପୋଷ୍ଟରକୁ ନଚିରିବାକୁ ଚେତାବନୀ ଦିଆଯାଇଛି।
ତେବେ ଏହି ପୋଷ୍ଟରରେ କେବଳ ଲାଲ ସଲାମ ବୋଲି ଲେଖାଯିବା ସହ ଓଡ଼ିଶା -ଛତିଶଗଡ ସୀମା ପର୍ୟ୍ୟନ୍ତ ସେମାନେ ସକ୍ରିୟ ଥିବା ଲେଖିଛନ୍ତି। ଛତିଗୁଡା ଓ ଧଅଁରପୁର ଠାରେ ମାରିଥିବା ଦୁଇ ପୋଷ୍ଟରରେ ଅନେକ ପାର୍ଥକ୍ୟ ରହିଛି। ଧଅଁରପୁର ଠାରେ ମାରିଥିବା ପୋଷ୍ଟରରେ କେବଳ ଲାଲ ସଲାମ ଲେଖାଯାଇ ବନ୍ଧୁକର ଚିହ୍ନ ଥିବାବେଳେ କୌଣସି ସଂଗଠନର ନାମ ନାହିଁ। କିନ୍ତୁ ଛତିଗୁଡା ନିକଟ ପୋଷ୍ଟରରେ ସିପିଆଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ବୋଲି ଉଲ୍ଲେଖ ରହିଛି।
ସୂଚନା ଯୋଗ୍ୟ ସାହାଜଖୋଲ ସଂରକ୍ଷିତ ଜଙ୍ଗଲର ପାଦଦେଶରେ ଧଅଁରପୁର ଅବସ୍ଥିତ। ୧୨୦୦ହେକ୍ଟର ପରିମିତ ଏହି ଜଙ୍ଗଲ ଅନେକ ସମୟରେ ଲାଲବାହାନୀ ପାଇଁ ଅଭୟାରଣ୍ୟ ସାଜିଛି। ଛତିଶଗଡ଼, ନବରଙ୍ଗପୁର, କୋରାପୁଟ କିମ୍ବା କଳାହାଣ୍ଡିର ଲାଞ୍ଜିଗଡ଼, ମଦନପୁର ରାମପୁର ଅଞ୍ଚଳରେ କୌଣସି ଅଘଟଣ ଘଟାଇ ସାହାଜଖୋଲ ଜଙ୍ଗଲରେ ଆଶ୍ରୟ ନେଇଥାନ୍ତି। ଜଙ୍ଗଲ ତଳି ଅଞ୍ଚଳ ଲୋକଙ୍କ ବିଶ୍ୱାସଭାଜନ ହୋଇ ପାରୁନଥିବାରୁ ଲାଲବିହାନୀ କିଛି ଜଙ୍ଗଲ ଅନୁପ୍ରବେଶକାରୀ ପଡୋଶୀ ଲୋକଙ୍କ ସହଯୋଗ ନେଇ ସାହାଜଖୋଲ ଜଙ୍ଗଲରେ ଆଶ୍ରୟ ନେଇଥାନ୍ତି ବୋଲି ଚର୍ଚ୍ଚା ହୁଏ। ବିଗତ ଦିନରେ ଏହି ଜଙ୍ଗଲରେ ଏନକାଉଣ୍ଟର ହେବା ପରେ ଏହା ମାଓବାଦୀଙ୍କ ଆଡ୍ଡା ସାଜିଥିବା ଘଟଣା ଲୋକଲୋଚନକୁ ଆସିଥିଲା। ତା ପରଠାରୁ ଏହି ଜଙ୍ଗଲରେ କୌଣସି ଏନକାଉଣ୍ଟର ହୋଇନାହିଁ। କିନ୍ତୁ ପ୍ରଥମ ଥର ପାଇଁ ପୋଷ୍ଟର ମାରିବା ଘଟଣା ଲୋକଙ୍କ ମଧ୍ୟରେ ଭୟ ସଞ୍ଚାର କରିଛି। ଖବର ପାଇ କୋକସରା ପୁଲିସ  ଘଟଣାସ୍ଥଳରେ ପହଂଚି ପୋଷ୍ଟର ଜବତ କରି ତଦନ୍ତ ଆରମ୍ଭ କରିଛି। କିନ୍ତୁ ଏହା ମାଓ ପୋଷ୍ଟର କି କୌଣସି ଅସମାଜିକ ଲୋକଙ୍କ କାମ ତାହା ସ୍ପଷ୍ଟ କରି ନାହିଁ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories