www.samajalive.in
Monday, December 8, 2025
16.1 C
Bhubaneswar

ଖାଆନ୍ତୁ ତୁଳସୀପତ୍ର.. ମିଳିଥାଏ ଏହିସବୁ ଲାଭ

ତୁଳସୀପତ୍ର ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ଏହା ଶରୀରକୁ ଅନେକ ରୋଗରୁ ଦୂରେଇ ରଖିଥାଏ।
ନିୟମିତ ତୁଳସୀପତ୍ର ସେବନ କରିବା ଦ୍ୱାରା ଶାରିରୀକ ଓ ମାନସିକ ଭାବେ ସୁସ୍ଥତା ମିଳିଥାଏ। ଅନେକ ସଂକ୍ରମଣ ରୋଗରୁ ଶରୀରକୁ ଦୂରେଇ ରଖିଥାଏ।
ତୁଳସୀରେ ଥିବା ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱ କର୍କଟ ଭଳି ମାରାତ୍ମକ ରୋଗରୁ ଶରୀରକୁ ରକ୍ଷା କରିବାରେ ସହାୟକ ହୋଇଥାଏ।
ଏଥିରେ ଆଣ୍ଟି-ବାୟୋଟିକ୍‌‌ ଗୁଣ ଥିବାରୁ ତୁଳସୀପତ୍ରକୁ ବତୁରାଇ ସକାଳେ ଏହାର ପାଣି ପିଇବା ଦ୍ୱାରା ମଧୁମେହ ନିୟନ୍ତ୍ରଣ ହୋଇ ରହିଥାଏ।
ଏକ ଗ୍ଲାସ ଉଷୁମ ପାଣିରେ ୨ ଚାମଚ ତୁଳସୀ ମଞ୍ଜି ପକାଇ ଏହି ପାଣିକୁ ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ। ଏହାର ପତ୍ରର ସେବନ କରିବା ଦ୍ୱାରା ବଦହଜମି ସମସ୍ୟା ମଧ୍ୟ ଦୂର ହୋଇଥାଏ।
ନିୟମିତ ତୁଳସୀପତ୍ର ଖାଇବା ଦ୍ୱାରା ଯକୃତ ସୁସ୍ଥ ରହିଥାଏ।
ନିୟମିତ ତୁଳସୀପତ୍ର ଖାଇବା ଦ୍ୱାରା ହୃଦୟ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ। ହୃଦୟ ଜନିତ ରୋଗ ମଧ୍ୟ ହୋଇନଥାଏ।
ତୁଳସୀପତ୍ର ଖାଇବା ଦ୍ୱାରା ଚକ୍ଷୁ ସୁସ୍ଥ ରହିଥାଏ। ଆଖି ଜନିତ ଅନେକ ସମସ୍ୟା ଦୂର ହୋଇ ଦୃଷ୍ଟି ଶକ୍ତି ବୃଦ୍ଧି ହୋଇଥାଏ।
ତୁଳସୀପତ୍ର ଖାଇବା ଦ୍ୱାରା ମେଟାବୋଲିଜିୟମ ନିୟନ୍ତ୍ରଣ ହୋଇ ରହିବା ସହ ଓଜନ ହ୍ରାସ ହେବାରେ ସହାୟକ ହୋଇଥାଏ।
ଆଣ୍ଟି-ବ୍ୟାକ୍ଟେରିୟଲ ଗୁଣରେ ଭରପୁର ତୁଳସୀ ପାଟିର ଦୁର୍ଗନ୍ଧ, ଦାନ୍ତମୂଳରେ ଥିବା ସମସ୍ୟା ଓ ପାଟିର ଅନେକ ରୋଗ ଦୂର କରିବାରେ ସହାୟକ ହୋଇଥାଏ।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories