ନୂଆଦିଲ୍ଲୀ : ଅର୍ଜୁନ ରାମ ମେଘୱାଲ ହେଲେ ନୂଆ କେନ୍ଦ୍ର ଆଇନ ମନ୍ତ୍ରୀ। କିରନ ରିଜିଜୁଙ୍କ ସ୍ଥାନ ନେଲେ ଅର୍ଜୁନ ରାମ ମେଘୱାଲ। ଅର୍ଜୁନ ରାମ ମେଘୱାଲଙ୍କୁ ଆଇନ ମନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏହାସହ କିରନ ରିଜିଜୁଙ୍କୁ ଆର୍ଥସାଇନ୍ସ ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଛି।
ଏହି ସୂଚନା ରାଷ୍ଟ୍ରପତି ଭବନ ଦ୍ୱାରା ପ୍ରକାଶିତ ଏକ ପ୍ରକାଶନରେ ଦିଆଯାଇଛି। ଏଥିରେ କୁହାଯାଇଛି ,ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତିଙ୍କ ଦ୍ୱାରା ମନ୍ତ୍ରୀପରିଷଦ ସଦସ୍ୟଙ୍କ ବିଭାଗରେ ପୁନଃ ଆବଣ୍ଟନ କରାଯାଇଛି। କିରନ ରିଜିଜୁଙ୍କୁ ଆର୍ଥସାଇନ୍ସ ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଥିବା ବେଳେ ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଏହି ମନ୍ତ୍ରଣାଳୟ ପରିଚାଳନା କରୁଥିଲେ। ମେଘୱାଲ ପୂର୍ବରୁ ସଂସ୍କୃତି ମନ୍ତ୍ରଣାଳୟ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟରେ ରାଜ୍ୟ ମନ୍ତ୍ରୀ ପଦବୀ ପାଇଛନ୍ତି।
ନୂଆ କେନ୍ଦ୍ର ଆଇନ ମନ୍ତ୍ରୀ ହେଲେ ଅର୍ଜୁନ ରାମ ମେଘୱାଲ
Popular Categories



