www.samajalive.in
Sunday, December 7, 2025
23.1 C
Bhubaneswar

ଗୁରୁବାର ରାଶିଫଳ ୧୮.୦୫.୨୦୨୩

ମେଷ: ରୋଜଗାର ଊଣା ହେବ ନାହିଁ। ସରକାରୀ ଓ ବନ୍ଧୁ ସହାୟତା ପାଇ ଲାଭବାନ୍‌ ହେବେ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତମାନର ହେବ।
ବୃଷ: ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। ନାନା ଦୁଃଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। ବନ୍ଧୁ ବିରୋଧ ଯୋଗୁ ଖର୍ଚ୍ଚାନ୍ତ ହୋଇପାରନ୍ତି। ମଧୁର କଥାରେ ପରକୁ ଆପଣାର କରିବେ।
ମିଥୁନ: ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଏପରିକି ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଉଚ୍ଚ ସମ୍ମାନ ଲାଭ କରିବେ।
କର୍କଟ: କର୍ମରେ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିପାରନ୍ତି। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ମନସ୍କାମନା ପୂର୍ଣ୍ଣ ହେବ।
ସିଂହ: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତା ପାଇ ତା’ର ସଦ୍‌ ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ସପତ୍ନୀକ ସୁଖ ଭୋଗ କରିବେ।
କନ୍ୟା: ସାମୟିକ ଭାବେ ଅନଟନର ସମ୍ମୁଖୀନ ହୋଇପାରନ୍ତି। କେତେକ ବନ୍ଧୁ କରଛଡ଼ା ଦେଇପାରନ୍ତି। ଯାନବାହନ ସୁଖରୁ ବଞ୍ଚିତ ହୋଇପାରନ୍ତି। ମୂଲ୍ୟବାନ୍‌ ଧାତୁ ଦ୍ରବ୍ୟ ପାଇ ଅବସ୍ଥାର ସୁଧାର ଆଣିପାରନ୍ତି।
ତୁଳା: ବହୁ ସୁଖକର ଘଟଣାମାନ ଘଟିବ। କର୍ମ କୁଶଳତା ପ୍ରକାଶ ପାଇବ। ଚିନ୍ତା ଦୂର ହେବ। ବନ୍ଧୁ ଦର୍ଶନ ମିଳିପାରେ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ସୁଖାଦ୍ୟ ପାଇ ଆନନ୍ଦ ଉପଭୋଗ କରିବେ।
ବିଛା: ଧର୍ମ-କର୍ମ ସମ୍ପାଦନ କରିପାରନ୍ତି। ପ୍ରିୟ ଲୋକଙ୍କଠାରୁ ସହାୟତା ପାଇ ଶତ୍ରୁକୁ ପରାଜିତ କରିବେ ଓ ମାନସିକ ଶାନ୍ତି ଫେରିପାଇବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ସେବାରେ ସୁନାମ ଅର୍ଜନ କରିବେ।
ଧନୁ: ଆଦର୍ଶ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଶିକ୍ଷିତା ପତ୍ନୀ ପତିବ୍ରତା, ସୁଶୀଳା ଓ ଆଜ୍ଞାକାରିଣୀ ହେବେ। ଶାସ୍ତ୍ର ଅଧ୍ୟୟନରେ ମନୋନିବେଶ କରିପାରନ୍ତି। ଯଶସ୍ବୀ ଓ ଜ୍ଞାନୀ ହେବେ। ବିଭିନ୍ନ ସୂତ୍ରରୁ ଅର୍ଥାଗମର ସୂଚନା ମିଳୁଛି।
ମକର: ଆଦର୍ଶ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଶିକ୍ଷିତା ପତ୍ନୀ ପତିବ୍ରତା, ସୁଶୀଳା ଓ ଆଜ୍ଞାକାରିଣୀ ହେବେ। ଶାସ୍ତ୍ର ଅଧ୍ୟୟନରେ ମନୋନିବେଶ କରିପାରନ୍ତି। ଯଶସ୍ବୀ ଓ ଜ୍ଞାନୀ ହେବେ। ବିଭିନ୍ନ ସୂତ୍ରରୁ ଅର୍ଥାଗମର ସୂଚନା ମିଳୁଛି।
କୁମ୍ଭ: ଅଶାନ୍ତି ଦୂର ହେବ। ଦେବ ଦର୍ଶନ ଲାଭ କରିବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଗଠନମୂଳକ କାର୍ଯ୍ୟ କରିବେ। ଦେଶର ଉନ୍ନତି ବିଧାନ କରିପାରନ୍ତି। କର୍ମ ଓ ଧର୍ମ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିବେ।
ମୀନ: ବ୍ୟାକୁଳତା ଭାବ ପ୍ରକାଶ ପାଇପାରେ। ମହା ପ୍ରଭାବଶାଳୀ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ଏପରିକି ସରକାରୀ ସ୍ତରରୁ ଧନାଗମର ସୂଚନା ମିଳୁଛି। ଲୋକେ ଆପଣଙ୍କୁ ଉଚ୍ଚାସନ ଦେଇ ସମ୍ମାନିତ କରିବେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories