www.samajalive.in
Sunday, December 7, 2025
23.1 C
Bhubaneswar

ଆମ ପୁଲିସ ସମିତି ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଗୋଡ଼ଭଗା ମାଁ ସମଲେଶ୍ବରୀ ମନ୍ଦିର ପରିସରରେ ଆମ ପୁଲିସ ସମିତି ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଥାନା ଅଧିକାରୀ ଅନୀଲ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଅତାବିରା ବରିଷ୍ଠ ନାଗରିକ ସଂଘର ସଭାପତି ବେଣୁଧର ମିଶ୍ର ଓ ସ୍ଥାନୀୟ ସରପଞ୍ଚ ମଞ୍ଜୁଲତା ସେଠ୍ ମଞ୍ଚାସୀନ ଥିଲେ। ମାଁ ସମଲେଶ୍ବରୀଙ୍କ ପୂଜାର୍ଚ୍ଚନା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

ଥାନା ଅଧିକାରୀ ଶ୍ରୀ ପ୍ରଧାନ ଅଞ୍ଚଳରେ ହେଉଥିବା ବିଭିନ୍ନ ଅସାମାଜିକ କାର୍ଯ୍ୟ ଗୁଡ଼ିକ ପ୍ରତି ସମସ୍ତେ ସଜାଗ ରହିବା ପାଇଁ ଆହ୍ବାନ ଦେଇଥିଲେ। ଏହାପରେ ସାଇବର କ୍ରାଇମ୍ ଦ୍ବାରା ଲୋକେ କେମିତି ହଇରାଣ ହେଉଛନ୍ତି, ଠକେଇର ଶିକାର ହେଉଛନ୍ତି ଆଦି ଆଲୋଚନା କରିବା ସହ କୌଣସି ଅଜଣା ଲୋକ କୌଣସି ବ୍ୟାଙ୍କ୍ , ଏଟିଏମ,କିମ୍ବା ଅନ୍ୟ କୌଣସି ତଥ୍ୟ ମାଗିଲେ କେହି ଦିଅନ୍ତୁ ନାହିଁ ବୋଲି କହିଥିଲେ।

- Advertisement -

ଏମିତି ଅଜଣା ଲଟେରୀ ବିଷୟରେ ହେଉ ବା ଅନ୍ୟ କୌଣସି ପ୍ରଲୋଭନରେ ପଡନ୍ତୁ ନାହିଁ ।ସମସ୍ତ ପାସ ୱାର୍ଡ ଗୁଡ଼ିକ ଷ୍ଟ୍ରଙ୍ଗ କରନ୍ତୁ ବୋଲି ସେ ଲୋକଙ୍କୁ ସଚେତନ କରିଥିଲେ। ଏହି ଅବସରରେ ଗୋଡ଼ଭଗା ର ୫୩ ଜଣ ବରିଷ୍ଠ ନାଗରିକଙ୍କୁ ସୁରକ୍ଷା ପରିଚୟ କାର୍ଡ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଗୋଡ଼ଭଗା ଫାଣ୍ଡି ଅଧିକାରୀ ବିପିନ ବାଗ, ଏସଆଇ ଲଲିତ ନାଗ, ମନୋରଞ୍ଜନ ଲୁହା, ଗୋପାଳ ନାଏକ , ଶ୍ରୀକାନ୍ତ ବେହେରା, ବରିଷ୍ଠ ନାଗରିକ ତଥା ଅବସର ଶିକ୍ଷକ ସଂଘରର ସଭାପତି ନିଶିକାନ୍ତ ପଣ୍ଡା , ବରିଷ୍ଠ ନାଗରିକ ସଂଘର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ। ବିପିନ ବାଗ ଧନ୍ୟବାଦ୍ ଅର୍ପଣ କରିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories