www.samajalive.in
Sunday, December 7, 2025
26.1 C
Bhubaneswar

ଦୀପାବଳି ଦିନ କାଜଲ ପ୍ରସ୍ତୁତ ଓ ଲଗାଇବାର ବୈଜ୍ଞାନିକ ମହତ୍ତ୍ବ

ଆଜି ହେଉଛି ନରକ ଚତୁର୍ଦଶୀ ଅର୍ଥାତ୍ ଛୋଟ ଦୀପାବଳି । ନରକ ଚତୁର୍ଦଶୀ ପର ଦିନ ଦୀପାବଳି ଉତ୍ସବ ପାଳନ କରାଯାଏ । ଏହି ଦିନ ଧନର ଦେବୀ ମା’ ଲକ୍ଷ୍ମୀଙ୍କ ଆରାଧାନା କରାଯାଏ । ଦୀପରେ ପୁରା ଘରକୁ ଆଲୋକମୟ କରିବା ସହ ମା’ଲକ୍ଷ୍ମୀଙ୍କ ସ୍ବାଗତରେ ରଙ୍ଗୋଲି ବା ମୁରୁଜ ପକାଯାଏ ।

ଦୀପାବଳିକୁ ନେଇ ଅଲଗା ଅଲଗା ଲୋକଙ୍କ ଭିନ୍ନ ଭିନ୍ନ ମହତ୍ତ୍ବ ରହିଛି । କିଛି ଲୋକ ଦୀପାବଳି ଦିନ କାଜଲ ପ୍ରସ୍ତୁତ କରନ୍ତି । ଏଥିପାଇଁ ରାତି ସାରା ଦୀପ ଜଳାନ୍ତି ଏବଂ ଦୀପ ତଳ କଳାରୁ ହିଁ କାଜଲ ପ୍ରସ୍ତୁତ କରନ୍ତି । ଏହି କଳାକୁ ଘରର ସମସ୍ତ ବୟୋଜ୍ୟଷ୍ଠ ବ୍ୟକ୍ତି ଆଖିରେ ଲଗାଇବାର ପରମ୍ପରା ରହିଛି । ଏହି କାଜଲକୁ ଲଗାଇବା ଦ୍ବାରା ଖରାପ ଶକ୍ତିର ପ୍ରଭାବ ବ୍ୟକ୍ତି ଉପରେ ପଡେ ନାହିଁ ବୋଲି ବିଶ୍ବାସ ରହିଛି ।

- Advertisement -

ଏହା ବ୍ୟତୀତ ଏହି କାଜଲକୁ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଅଲମାରୀ, ବାକ୍ସ, ରୋଷେଇ କରିବା ଚୁଲାରେ ଲଗାଯାଏ । ଏପରି କରିବା ଦ୍ବାରା ସମସ୍ତ ବାଧା ବା ସଙ୍କଟ ଦୂର ହୁଏ ବୋଲି ମାନ୍ୟତା ରହିଛି ।

ଦୀପାବଳିରେ କାଜଲ ଲଗାଇବାର ବୈଜ୍ଞାନିକ ମହତ୍ତ୍ବ

ଦୀପାବଳି ପରେ ବାୟୁ ପ୍ରଦୂଷଣ ଅଧିକ ମାତ୍ରାରେ ହୋଇଥାଏ । ଏହାର ପ୍ରଭାବ ଆଖି ଉପରେ ଅଧିକ ପଡିଥାଏ । ପ୍ରଦୂଷଣ ମାତ୍ରା ଅଧିକ ହେବା କାରଣରୁ କିଛି ଲୋକଙ୍କ ଆଖି ଲାଲ ପଡିଯାଇଥାଏ । ଆଖିରୁ ପାଣି ବାହାରିବା ସହ ଜଳା ପୋଡା ମଧ୍ୟ ଅନୁଭବ ହୁଏ । ତେଣୁ ଦୀପାବଳି ଦିନ କାଜଲ ଲଗାଇବା ଦ୍ବାରା ବାୟୁ ପ୍ରଦୂଷଣ ଓ ଥଣ୍ଡା ପବନରୁ ଆଖିକୁ ସୁରକ୍ଷା ପ୍ରଦାନ କରିଥାଏ ।

ଆଲେଖ୍ୟ-ବୈଜୟନ୍ତି ନାୟକ

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories