www.samajalive.in
Sunday, December 7, 2025
26.1 C
Bhubaneswar

ମଧୁମେହ ରୋଗୀ ଖରାଦିନେ ଏସବୁ ଖାଉଛନ୍ତି କି? ଜାଣନ୍ତୁ..

ଭୁଲ ଖାଦ୍ୟପେୟ, ପରିବର୍ତ୍ତନଶୀଳ ଜୀବନଶୈଳୀ କାରଣରୁ ମଧୁମେହ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖାଯାଉଛି। ଖରାଦିନେ ମଧୁମେହ ରୋଗୀଙ୍କୁ ରକ୍ତରେ ଶର୍କରାର ମାତ୍ରା ବୃଦ୍ଧିର ଅଧିକ ସମ୍ଭାବନା ଥାଏ। ତେଣୁ ଏହି ଦିନେ ମଧୁମେହ ରୋଗୀ ନିଜ ଖାଦ୍ୟ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ଜାଣନ୍ତୁ..
ସୁଜିରେ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ଜଳଖିଆ ପ୍ରସ୍ତୁତ କରାଯାଇଥାଏ। ଏଥିରେ ଜଳଖିଆ ପ୍ରସ୍ତୁତି ପାଇଁ ଖୁବ କମ୍‌‌ ସମୟ ମଧ୍ୟ ଲାଗିଥାଏ। ମାତ୍ର ଏଥିରେ ଷ୍ଟାର୍ଚ ଭରପୁର ମାତ୍ରାରେ ରହିଥିବାରୁ ଖରାଦିନେ ଅଧିକ ପରିମାଣରେ ଖାଇବା ଉଚିତ ନୁହେଁ।
ଖରାଦିନେ ବିଶେଷ କରି ଅଧିକାଂଶ ଥଣ୍ଡା ଜାତୀୟ ପାନୀୟ, ମୃଦୁ ପାନୀୟ ଓ ପ୍ୟାକେଟ୍‌‌ ଜୁସ୍‌‌ ପିଇବାକୁ ପସନ୍ଦ କରିଥାଆନ୍ତି। ମଧୁମେହ ରୋଗୀ ଖରାଦିନେ ଏସବୁ ସେବନ କରନ୍ତୁ ନାହିଁ। ସୁସ୍ଥ ଶରୀର ପାଇଁ ଲେମ୍ବୁ ପାଣି, କୋଲ୍ଡ କଫି (ଚିନି ବ୍ୟବହାର ହୋଇନଥିବା), ଦହି ଆଦି ପିଇପାରିବେ।
ମଧୁମେହ ରୋଗୀଙ୍କୁ ବିସ୍କୁଟ୍‌‌ ଓ ଅନ୍ୟ ପ୍ରକାର ଲୁଣିଆ ଖାଦ୍ୟର ଖୁବ କମ୍‌‌ ପରିମାଣରେ ସେବନ କରିବା ଉଚିତ। ଏଥିରେ ମଇଦାର ମାତ୍ରା ଅଧିକ ରହିଥାଏ। ଅଧିକ ଛଣାଛଣି ଜିନିଷର ମଧ୍ୟ ସେବନ କରନ୍ତୁ ନାହିଁ। ଏହାଦ୍ୱାରା ଓଜନ ବୃଦ୍ଧିର ଅଧିକ ସମ୍ଭାବନା ରହିଥାଏ।
ଷ୍ଟାର୍ଚ ଜାତୀୟ ଖାଦ୍ୟ ଠାରୁ ନିଜକୁ ଦୂରେଇ ରଖିବା ସହ ସବୁଜ ପନିପରିବା ଓ ଶାଗ ଜାତୀୟ ଜିନିଷର ସେବନ କରିବା ଉଚିତ।
ଆଇସକ୍ରିମରେ ଚିନି ଓ କ୍ୟାଲୋରୀ ମାତ୍ରା ଅଧିକ ପରିମାଣରେ ଥାଏ। ଏହା ରକ୍ତରେ ଶର୍କରାର ମାତ୍ରା ବୃଦ୍ଧି କରିଥାଏ। ତେଣୁ ବିନା ଚିନିରେ ପ୍ରସ୍ତୁତ ଆଇସକ୍ରିମ କିମ୍ବା ଖୁବ କମ ପରିମାଣରେ ଆଇସକ୍ରିମର ସେବନ କରିପାରିବେ। ଏହାକୁ ଅଧିକ ମାତ୍ରାରେ ଆଦୌ ସେବନ କରନ୍ତୁ ନାହିଁ।

Hot this week

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

Related Articles

Popular Categories