ଭୁବନେଶ୍ୱର : ପ୍ରକାଶ ପାଇଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍ଇ) ଦ୍ବାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳ। ଶୁକ୍ରବାର ପୂର୍ବାହ୍ନରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ରେଜଲ୍ଟ ଦେଖିପାରିବେ। ଚଳିତ ବର୍ଷ ପାସ୍ହାର ୮୭.୩୩ ପ୍ରତିଶତ। ଏହାସହ ପ୍ରାୟ ୧୭ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। www.cbse.govt.in ଓ cbseresults.nic.in ରେ ରେଜଲ୍ଟ ଉପଲବ୍ଧ।
ଝିଅମାନଙ୍କ ପାସ୍ ହାର ପୁଅମାନଙ୍କ ଅପେକ୍ଷା ୬% ଅଧିକ। ଝିଅଙ୍କ ପାସ୍ ହାର ୯୦.୬୮%। ପୁଅଙ୍କ ପାସ୍ ହାର ୮୪.୬୭%। ଗତଥର ଅପେକ୍ଷା ଚଳିତ ବର୍ଷ ପାସ୍ ହାର ୫% କମ୍ ରହିଛି। ୯୯.୯୧% ପାସ୍ ହାର ସହ ଥିରୁବନନ୍ତପୁରମ୍ ରିଜିଅନ୍ ଶୀର୍ଷରେ।
ସୂଚନାଯୋଗ୍ୟ, ଚଳିତ ବର୍ଷ ଉଭୟ ଦଶମ ଏବଂ ଦ୍ବାଦଶ ଶ୍ରେଣୀରେ ମୋଟ ୩୮ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସାରା ଦେଶ ଏବଂ ବିଦେଶରେ ସିବିଏସ୍ଇ ଦ୍ବାରା ଅନୁବନ୍ଧିତ ବିଦ୍ୟାଳୟଗୁଡ଼ିକରେ ଫେବ୍ରୁଆରୀ ୧୫ରୁ ପରୀକ୍ଷା ଆରମ୍ଭ ହୋଇ ଏପ୍ରିଲ ୫ରେ ଶେଷ ହୋଇଥିଲା।
ସିବିଏସଇ ଦ୍ୱାଦଶ ପରୀକ୍ଷାଫଳ ପ୍ରକାଶିତ
Popular Categories



