www.samajalive.in
Tuesday, December 9, 2025
16.1 C
Bhubaneswar

ଶାବରୀମାଳାରେ ପୁଣି ଉତ୍ତେଜନା

କୋଚି: ଶାବରୀମାଳା ମନ୍ଦିରରେ ୧୦ ରୁ ୫୦ ବର୍ଷର ମହିଳାଙ୍କ ପ୍ରବେଶ ପାଇଁ ସୁପ୍ରିମକୋର୍ଟ ଅନୁମତି ଦେବା ପରେ ବିବାଦ ଲାଗି ରହିଛି। ସୋମବାର ମନ୍ଦିର ଖୋଲିବା ପରେ ମହିଳାଙ୍କୁ ମନ୍ଦିର ପ୍ରବେଶକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଏଥିରେ ଜଣେ କ୍ୟାମେରାମ୍ୟାନ୍‍ ଆହତ ହୋଇଛନ୍ତି।
ଗତ ତିନି ସପ୍ତାହ ମଧ୍ୟରେ ଗତ ସୋମବାର ସ୍ୱତନ୍ତ୍ର ପୂଜାର୍ଚ୍ଚନା ପାଇଁ ମନ୍ଦିରକୁ ଦ୍ୱିତୀୟ ଥର ଖୋଲାଯାଇଛି। ଲଲିତା ନାମ୍ନୀ ଜଣେ ୫୨ବର୍ଷୀୟା ମହିଳା ଭଗବାନ ଆୟାପ୍ପାଙ୍କ ଦର୍ଶନ ପାଇଁ ତାଙ୍କ ପୁଅ ସହିତ ଆସିଥିଲେ। କିନ୍ତୁ ସ୍ଥାନୀୟ ଭକ୍ତମାନେ ତାଙ୍କୁ ମନ୍ଦିର ପ୍ରବେଶ ପାଇଁ ବାରଣ କରାଯାଇଥିଲେ। ଲଳିତା ଭଗବାନ ଆୟାପ୍ପାଙ୍କ ଦର୍ଶନ ପାଇଁ ଜିଦ୍‍ ଧରିବା ପରେ ଉତ୍ତେଜନା ଦେଖାଦେଇଥିଲା। ଲଳିତାଙ୍କ ବୟସ ୫୨ ବର୍ଷ ବୋଲି ପୁଲିସ ପ୍ରମାଣ ଦେବା ପରେ ଉତ୍ତେଜନା ପ୍ରଶମିତ ହୋଇଥିଲା। ଏହି ଗଣ୍ଡଗୋଳରେ ଏକ ଗଣମାଧ୍ୟମ ସଂସ୍ଥାର ଜଣେ କ୍ୟାମେରାମ୍ୟାନ ଆହତ ହୋଇଛନ୍ତି।
ଶାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ଅଧିକାର ରହିଛି ବୋଲି ସୁପ୍ରିମକୋର୍ଟ ଗତ ସେପ୍ଟେମ୍ବର ୨୮ ତାରିଖରେ ଯୁଗାନ୍ତକାରୀ ରାୟ ଦେବା ପରେ ବିବାଦ ଦେଖାଦେଇଛି। ସୁପ୍ରିମକୋର୍ଟଙ୍କ ରାୟକୁ ସ୍ଥାନୀୟ ଭକ୍ତ ଜୋରଦାର ବିରୋଧ କରୁଥିବା ବେଳେ କେରଳ ରାଜ୍ୟ ସରକାର ସମର୍ଥନ କରୁଛନ୍ତି। ଏହାକୁ ନେଇ ମନ୍ଦିର ଆଖପାଖ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।
ଗତ ସୋମବାର ମନ୍ଦିର ଖୋଲିବା ପରେ ଜଣେ ମହିଳା ତାଙ୍କ ସ୍ୱାମୀ ଓ ଦୁଇ ସନ୍ତାନଙ୍କ ସହିତ ଭଗବାନ ଆୟାପ୍ପାଙ୍କ ଦର୍ଶନ ପାଇଁ ଆସିଥିବା ବେଳେ ତାଙ୍କୁ ଅଧାବାଟରୁ ଅଟକାଯାଇଥିଲା। ସେଠାରେ ସ୍ଥାନୀୟ ବିଜେପି ନେତା ଓ ଆୟାପ୍ପା ଧାରଣା ସେନା ସଭାପତି ରାହୁଲ୍‍ ଈଶ୍ୱର ଘଟଣା ସ୍ଥଳରେ ପହଞ୍ଚିଛନ୍ତି।

Hot this week

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

Related Articles

Popular Categories