www.samajalive.in
Tuesday, December 9, 2025
16.1 C
Bhubaneswar

ପୋଲ ତଳକୁ ଖସିଲା ବସ୍‌‌ ; ୧୫ ମୃତ, ୨୫ ଆହତ

ଭୋପାଳ : ମଧ୍ୟପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲି ଯାଇଛି ୧୫ ଜଣଙ୍କ ଜୀବନ। ପୋଲ ଉପରୁ ତଳକୁ ଏକ ଯାତ୍ରୀବାହୀ ବସ୍‌‌ ଖସିପଡିବାରୁ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି। ଖରଗୋନ ଜିଲାରେ ଏହି ବଡ ଧରଣର ସଡକ ଦୁର୍ଘଟଣା ଘଟିଛି। ବୋରାଡ ନଦୀରେ ଉପରେ ତିଆରି ଏକ ପୋଲ ଉପରେ ଯାଉଥିବା ଏହି ଯାତ୍ରୀବାହୀ ବସ୍‌‌ ପ୍ରାୟ ୫୦ ଫୁଟ୍‌‌ ତଳକୁ ଖସିପଡିଥିଲା। ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଦୁର୍ଘଟଣାରେ ଯାତ୍ରୀଙ୍କ ସହ ଚାଳକ ଓ ଅନ୍ୟ କର୍ମଚାରୀଙ୍କ ମଧ୍ୟ ମୃତ୍ୟୁ ହୋଇଛି।
ସୂଚନା ଅନୁଯାୟୀ, ବସଟି ଦୁର୍ଘଟଣା ହେବା ମାତ୍ରେ ଖବର ପାଇ ଅଧିକାରୀ, ଉଦ୍ଧାରକାରୀ ଦଳ ଓ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସଭିଁଙ୍କୁ ଉଦ୍ଧାର କରିଥିଲେ। ମୃତାହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ଚିକିତ୍ସା ଜାରି ରହିଛି।
ବସ୍‌‌ଟି ଖରଗୋନ ଜିଲାରୁ ଇନ୍ଦୌର ଯାଉଥିଲା। ଏହି ଦୁର୍ଘଟଣା ଖରଗୋନ-ଠୀକରି ମାର୍ଗରେ ହୋଇଛି। ବସଟି ନଦୀ ଉପରେ ତିଆରି ପୋଲ ଉପରେ ଯାଉଥିବା ସମୟରେ ପୋଲ ତଳକୁ ଖସି ପଡିଥିଲା। ବସ୍‌‌ରେ ପ୍ରାୟ ୪୦ ରୁ ଅଧିକ ଯାତ୍ରୀ ଥିଲେ। ଦୁର୍ଘଟଣା ଘଟିବା ମାତ୍ରେ ଖୁବ ଜୋରରେ ଶବ୍ଦ ହୋଇଥିଲା। ଏହାପରେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେବା ସହ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ।
ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ମୃତକଙ୍କ ପରିବାର ପାଇଁ ୪ ଲକ୍ଷ, ଗୁରୁତରଙ୍କ ପାଇଁ ୫୦ ହଜାର ଓ ସାଧାରଣ ଆହତଙ୍କ ପାଇଁ ୨୫ ହଜାର ସହାୟତା ରାଶି ଘୋଷଣା କରିଛନ୍ତି। ଏହାସହ ଘଟଣାର ସଠିକ୍‌‌ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

 

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories