www.samajalive.in
Tuesday, December 9, 2025
19.1 C
Bhubaneswar

ବନ୍ଦୀଥିବା ପାକିସ୍ତାନ ନାଗରିକ ଭଗବତ ଗୀତା ସହ ନେଲେ ଭାରତରୁ ବିଦାୟ

ବାରଣାସୀ . – ବାରଣାସୀ କେନ୍ଦ୍ରୀୟ କାରାଗାରରେ ବନ୍ଦୀଥିବା ଜଣେ ପାକିସ୍ତାନୀ ନାଗରିକ ମୁକ୍ତ ହୋଇଛନ୍ତି  ।  ଜଲ୍ଲାଉଦ୍ଦିନ ନାମକ ପାକିସ୍ତାନୀ ନାଗରିକଙ୍କୁ ୧୬ ବର୍ଷ ତଳେ ଗୁପ୍ତଚରୀ କରୁଥିବା ଅଭିଯୋଗରେ  ବାରଣାସୀର କ୍ୟାଣ୍ଟନମେଣ୍ଟ ଅଞ୍ଚଳରୁ ଗିରଫ  କରାଯାଇଥିଲା । ତାଙ୍କ ନିକଟରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିଲା ।

ଜଲ୍ଲାଉଦ୍ଦିନ ପାକିସ୍ତାନର ସିନ୍ଧ ଅଞ୍ଚଳର ।  ୨୦୦୧ ମସିହାରେ ସେ ବାରଣାସୀର କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ  ଥିବା ବାୟୁସେନାର ବେସ୍‌ ନିକଟରେ  ପୁଲିସ ତାଙ୍କୁ ଗିରଫ କରିଥିଲା । ପରେ ତାଙ୍କୁ ୧୬ ବର୍ଷ ପାଇଁ କାରାଦଣ୍ଡ ହୋଇଥିଲା । ଗିରଫ ହେବା ସମୟରେ ସେ କେବଳ ସ୍କୁଲ ଯାଏଁ ପଢିଥିବା କହିଥିଲେ । ପରେ ଜେଲ୍‌ରେ ସେ ପାଠ ପଢି ଏମ୍‌ଏ ପାସ୍‌ କରିଥିଲେ । ଏହା ସହ ଇଲେକ୍ଟ୍ରିକାଲ୍‌ ପାଠ୍ୟକ୍ରମରେ ନାମ ଲେଖାଇଥିଲେ।  ଜେଲ୍‌ରେ ଥିବା କ୍ରିକେଟ ଦଳର ଅମ୍ପିୟାର ଥିଲେ।

- Advertisement -

ଭାରତ ଛାଡିବା ସମୟରେ ସେ  ସାଙ୍ଗରେ ଭାଗବତ୍‌ଗୀତାର ଏକ ବହି ସାଙ୍ଗରେ ନେଇକରି ଯାଇଛନ୍ତି । ଏକ ସ୍ନତନ୍ତ୍ର ପୁଲିସ ଦଳ ତାଙ୍କୁ ପଞ୍ଜାବର ଅମୃତସର ନେଇକରି ଯାଇଛନ୍ତି । ଓ୍ୱାଘା-ଆଟ୍ଟାରୀ ସୀମା ଦେଇ ତାଙ୍କୁ ପାକିସ୍ତାନ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବ ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories