www.samajalive.in
Monday, December 8, 2025
14.1 C
Bhubaneswar

ନିଶା ନୁହେଁ, ନିଜକୁ ସୁଧାରିଲେ ସଂସାର ପରିବର୍ତ୍ତନ ହେବ – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଡେସ୍କ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ଆହ୍ୱାନ ଦେଇଛନ୍ତି। ରାଷ୍ଟ୍ରପତି ସାତପଉଟିଆ ସ୍ଥିତ ବ୍ରହ୍ମକୁମାରୀ କେନ୍ଦ୍ରରେ ନିଶାମୁକ୍ତ ଅଭିଯାନର ଶୁଭାରମ୍ଭ କରି କହିଛନ୍ତି, ନିଶାପାନ ଜଣେ ବ୍ୟକ୍ତି ପାଇଁ ଅଭିଶାପ। ଅର୍ଦ୍ଧଚେତନ ବ୍ୟକ୍ତି କେବେ ହେଲେ ଠିକ୍‌‌ ନିଷ୍ପତ୍ତି ନେଇପାରିବ ନାହିଁ।

ଆଜିଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପରେ ସେ ନିଶାମୁକ୍ତ ଅଭିଯାନର ଶୁଭାରମ୍ଭ କରି କହିଛନ୍ତି ଯେ ନିଶା ଯୁବ ପୀଢ଼ିଙ୍କୁ ପଥଭ୍ରଷ୍ଟ କରୁଛି। ଏଥିପାଇଁ ସଚେତନତାର ଆବଶ୍ୟକତା ରହିଛି। ରାଷ୍ଟ୍ରପତି କହିଛନ୍ତି କୌଣସି ବ୍ୟକ୍ତିଙ୍କୁ ଏଭଳି ଅଭ୍ୟାସ ଆପଣେଇବା ଆବଶ୍ୟକ, ଯାହାଦ୍ୱାରା ସେମାନଙ୍କ ପଥ ପୁଷ୍ପିତ ହେବ। କ୍ରୋଧ କାମନା ମଧ୍ୟ ନିଶା ସଦୃଶ। ଏହିଗୁଡ଼ିକ ଠାରୁ ଦୂରେଇ ଯିବାକୁ ହେବ। ନିଜକୁ ସୁଧାରିଲେ ସଂସାର ପରିବର୍ତ୍ତନ ହେବ ଏବଂ ଏଥିପାଇଁ ଜଣେ ବ୍ୟକ୍ତିକୁ ନିଜକୁ ନିଜେ ସହଯୋଗ କରିବାକୁ ହେବ।

- Advertisement -

ରାଷ୍ଟ୍ରପତି କହିଛନ୍ତି, କେନ୍ଦ୍ର ସରକାର ମଧ୍ୟ ନିଶାମୁକ୍ତ ଦେଶ ଗଠନ କରିବାକୁ ଅନେକ ପ୍ରୟାସ କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ କହିଛନ୍ତି ନିଶା ଅନେକଙ୍କ ଜୀବନ ନଷ୍ଟ କରିଛି। ସୁସ୍ଥ ସମାଜ ଗଠନ କରିବାକୁ ହେଲେ ପ୍ରଥମେ ନିଶାମୁକ୍ତ ସମାଜ ଗଠନ କରିବାକୁ ହେବ। ସେ କହିଛନ୍ତି କରୁଣା ମାଧ୍ୟମରେ ହିଁ ନିଶାମୁକ୍ତ ଅଭିଯାନ ସଫଳ ହୋଇପାରିବ।

ଏହା ପୂର୍ବରୁ ରାଷ୍ଟ୍ରପତି ନିଜ ଗାଁ ପାହାଡପୁରଠାରେ ବିଭିନ୍ନ ପ୍ରକଳ୍ପର ଉଦ୍‌‌ଘାଟନ କରିଛନ୍ତି। ସେ ଦକ୍ଷତା କେନ୍ଦ୍ରର ଶିଳାନ୍ୟାସ କରିବା ସହ ଏସ୍‌‌.ଏଲ୍‌‌.ଏସ୍‌‌ ସ୍କାରକୀ ଆବାସିକ ବିଦ୍ୟାଳୟର ଗୋଷ୍ଠୀ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ ସହ ଜୀବନଜୀବିକା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ପାହାଡ଼ପୁରରେ ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟ ଜଉନା ମୁର୍ମୁ ଓ କୁଇଲୁ ମୁର୍ମୁଙ୍କୁ ଛତୁଚାଷ ପାଇଁ ଉଲ୍ଲେଖନୀୟ ସଫଳତା ସକାଶେ ରାଷ୍ଟ୍ରପତି ସମ୍ମାନିତ କରିଛନ୍ତି।

ଆସନ୍ତାକାଲି ରାଷ୍ଟ୍ରପତି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧୀ ସ୍ଥଳରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ। ଏହାପରେ ରାଷ୍ଟ୍ରପତି ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ଆସନ୍ତା ଶନିବାର ପୂର୍ବାହ୍ନରେ ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଦ୍ୱାଦଶ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ବୋଲି ଜଣାପଡ଼ିଛି। ସେହିଦିନ ଅପରାହ୍ଣରେ ରାଷ୍ଟ୍ରପତି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ରାଷ୍ଟ୍ରପତି ପଦରେ ଅଧିଷ୍ଠିତ ହେବା ପରେ ପ୍ରଥମଥର ପାଇଁ ସେ ନିଜ ଜନ୍ମମାଟି ମୟୁରଭଞ୍ଜ ଗସ୍ତ କରୁଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories