www.samajalive.in
Tuesday, December 9, 2025
15.1 C
Bhubaneswar

ବିଜେଡି ପକ୍ଷରୁ ନିଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର

କଣ୍ଟାବାଞ୍ଜି: ସ୍ଥାନୀୟ ହରିଭବନଠାରେ ଶୁକ୍ରବାର କଣ୍ଟାବାଞ୍ଜି ବିଜେଡି ପକ୍ଷରୁ ନିଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇଯାଇଛି। ଛତିଶଗଡ ରାୟପୁର ଗଣେଶ ବିନାୟକ ଚକ୍ଷୁ ଚିକିତ୍ସାଳୟର ସୁପ୍ରସିଦ୍ଧ ଡା. ଅନିଲ କୁମାର ଗୁପ୍ତାଙ୍କ ନେତୃତ୍ୱରେ ଏକ ୯ଜଣିଆ ଟିମ୍ ଆଧୁନିକ ମେସିନ ସାହାଯ୍ୟରେ ୨୦୨ଜଣଙ୍କ ଚକ୍ଷୁ ପରୀକ୍ଷା କରି ଆବଶ୍ୟକ ଚଷମା ବ୍ୟବହାର ପାଇଁ ପରାମର୍ଶ ଦେଇଛନ୍ତି। ଏଥିସହ ଏମାନଙ୍କ ମଧ୍ୟରୁ ୪୯ଜଣଙ୍କ ଚକ୍ଷୁ ଅପରେସନ୍‌ ପାଇଁ ସୁପାରିଶ କରିଵା ସହ ମାଗଣା ଔଷଧ ବଣ୍ଟନ କରାଯାଇଥିଲା। ଚକ୍ଷୁ ବିଶେଷଜ୍ଞ ଡା. ଗୁପ୍ତାଙ୍କୁ ଅପଟୋମିଷ୍ଟ ଭୋଜ ବଂଜାରେ, ଆକାଶ କାଶ୍ୟପ, ଟେକ୍ନିସିଆନ ସୁମିତ ମାଖିଯା, ଗୋପୀ ସାହୁ, ଧନଞ୍ଜୟ ପଟେଲ, ଉମାଶଙ୍କର ଯୋଶୀ, ଛବିଲାଲ ସାହୁ ଓ ସନ୍ତୋଷ ପ୍ରମୁଖ ଆବଶ୍ୟକ ଯନ୍ତ୍ରାଂଶ ଜରିଆରେ ଚକ୍ଷୁ ପରୀକ୍ଷା ପରେ ଚକ୍ଷୁ ରୋଗୀମାନଙ୍କୁ ଆବଶ୍ୟକ ପରାମର୍ଶ ଦେଇଥିଲେ। କଣ୍ଟାବାଞ୍ଜି ବିଜେଡି ବିଧାୟକ ପ୍ରାର୍ଥୀ ଅଜୟ ଦାସଙ୍କ ନେତୃତ୍ୱରେ ଓ ଜିଲ୍ଲା ସାଧାରଣ ସମ୍ପାଦକ ରାଜେନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ଆଜି ଏହି କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ନଗର ସଭାପତି ଦେବାର ବାରିକ ଯୁବ ସଭାପତି ବିଶାଳ ବେହେରା, ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ମୁନା ମହାନ୍ତି, ଜିଲ୍ଲା ସମ୍ପାଦକ ବିନୟ ବିଭାର, ଜିଲ୍ଲା ଯୁବ ସମ୍ପାଦକ ସୁଧା ମୟ ଟାହାଣୀ, ଯୁବ ନେତା ଅଶୋକ କୁଅଁର, ଜିଲ୍ଲା ସାଧାରଣ ସମ୍ପାଦିକା ପିଙ୍କି ଖର୍ସେଲ ନଗର ସଭା ନେତ୍ରୀ ସସ୍ମିତା ଦଣ୍ଡସେନା ପ୍ରମୁଖ ଶିବିର ପରିଚାଳନାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଚକ୍ଷୁ ପରୀକ୍ଷା ପାଇଁ ଆସିଥିବା ସମସ୍ତଙ୍କ ପାଇଁ ଖାଦ୍ୟ ବନ୍ଦୋବସ୍ତ କରାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories