ସମ୍ବଲପୁର : ସମ୍ବଲପୁରରେ ବିଭିନ୍ନ ପ୍ରକାରର ନିଶା କାରବାର ଜୋରସୋରରେ ଚାଲିଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ନିୟମିତ ଚଢ଼ଉ କରାଯାଉଛି। ଅବକାରୀ ବିଭାଗ ପକ୍ଷରୁ ସମ୍ବଲପୁର ଦେଇ ଚାଲାଣ କରାଯାଉଥିବା ଗଞ୍ଜେଇ ଉପରେ ବେଶ ଫୋକସ ରହିଥିବା ବେଳେ ଏବେ ନିଶା କଫ ସିରଫ ଓ ନିଶା ବଟିକା ଉପରେ ମଧ୍ୟ ଫୋକସ କରାଯାଉଛି। ଏହି କ୍ରମରେ ଗୁରୁବାର ସ୍ଥାନୀୟ ଦଲେଇପଡା ଅଞ୍ଚଳରେ ଅବକାରୀ ବିଭାଗର ଅଧିକ୍ଷକ ଅଶୋକ ସେଠଙ୍କ ନିର୍ଦ୍ଦେଶରେ ଇନିସ୍ପକେଟର ଶଶିକାନ୍ତ ଦତ୍ତ, ଶ୍ରୀକାନ୍ତ ପାଣିଗ୍ରାହୀଙ୍କ ସମେତ ଏକ ଦଳ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ବିକାଶ ସିଂ (୨୪) ନାମକ ଜଣେ ବ୍ୟକ୍ତି ଙ୍କ ନିକଟରୁ ୮୦ ଟି ନିଶା କଫ ସିରଫ ଅବକାରୀ ଦଳ ଜବତ କରିଛି। ନିଶା କଫ ସିରଫ ଗୁଡିକୁ ଅଭିଯୁକ୍ତ ଜଣକ ପଡୋଶୀ ରାଜ୍ୟ କୋଲକତାରୁ ଆଣି ବିଭିନ୍ନ ଅଞ୍ଚଳରେ ବିକ୍ରି କରୁଥିବାର ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏ ନେଇ ଏକ ମାମଲା ରୁଜୁ କରି ଅବକାରୀ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି ଅଦାଲତକୁ ଚାଲାଣ କରିଛି।
Popular Categories



