www.samajalive.in
Sunday, December 7, 2025
26.1 C
Bhubaneswar

ତିନି ଦିନିଆ ଭାରତ ଗସ୍ତରେ ବାଂଲାଦେଶ ସେନା ମୁଖ୍ୟ ଜେନେରାଲ ଏସଏମ ଶଫିଉଦ୍ଦିନ ଅହମ୍ମଦ

ଡେସ୍କ: ବାଂଲାଦେଶ ସେନା ମୁଖ୍ୟ ଜେନେରାଲ ଏସଏମ ଶଫିଉଦ୍ଦିନ ଅହମ୍ମଦ ଆଜିଠାରୁ ତିନି ଦିନିଆ ଭାରତ ଗସ୍ତରେ ଆସି ପହଞ୍ଚିଛନ୍ତି। ଜେନେରାଲ ଶଫିଉଦ୍ଦିନଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବ ପରେ ସେ ସ୍ଥଳ ସେନା ପ୍ରମୁଖ ଜେନେରାଲ ମନୋଜ ପାଣ୍ଡେଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଦୁଇ ଦେଶ ମଧ୍ୟରେ ବ୍ୟାପକ ରଣନୀତିକ ଭାଗିଦାରୀର ଅଂଶ ଭାବରେ ପାରସ୍ପରିକ କାର୍ଯ୍ୟଦକ୍ଷତା, ତାଲିମ, ଆତଙ୍କବାଦ ବିରୋଧୀ ସହଯୋଗ ଏବଂ ସାମଗ୍ରିକ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ସମ୍ବନ୍ଧରେ ସେନା ମୁଖ୍ୟମାନେ ଆଲୋଚନା କରିଥିଲେ।

ଏହି ଗସ୍ତ ସମୟରେ ସେ ଭାରତର ବରିଷ୍ଠ ସେନା ଅଧିକାରୀ ଏବଂ ନାଗରିକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ଯେଉଁଥିରେ ସେ ଭାରତ-ବାଂଲାଦେଶ ପ୍ରତିରକ୍ଷା ସମ୍ପର୍କକୁ ବୃଦ୍ଧି କରିବା ନିମନ୍ତେ ଆଲୋଚନା କରିବେ। ପ୍ରାରମ୍ଭରେ ଜାତୀୟ ଯୁଦ୍ଧ ମେମୋରିଆଲରେ ପୁଷ୍ପମାଲ୍ୟ ଅର୍ପଣ କରି ବାଂଲାଦେଶ ସେନା ମୁଖ୍ୟ ତାଙ୍କ ଗସ୍ତ ଆରମ୍ଭ କରିଥିଲେ। ପରେ ଜେନେରାଲ ଏସଏମ ଶଫିଉଦ୍ଦିନ ଅହମ୍ମଦ ସିଡିଏସ ଜେନେରାଲ ଅନିଲ ଚୌହାନ, ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର, ପ୍ରତିରକ୍ଷା ସଚିବ ଏବଂ ବୈଦେଶିକ ସଚିବଙ୍କ ସହ ସାକ୍ଷାତ କରିଥିଲେ। ତାଙ୍କୁ ପ୍ରତିରକ୍ଷା ଉତ୍ପାଦନ ବିଭାଗ ଏବଂ ଆର୍ମି ଡିଜାଇନ ବ୍ୟୁରୋ ଦ୍ୱାରା ଭାରତୀୟ ସ୍ୱଦେଶୀ ପ୍ରତିରକ୍ଷା ଉପକରଣ ଉତ୍ପାଦନ ଇକୋସିଷ୍ଟମ ବିଷୟରେ ମଧ୍ୟ ସୂଚନା ଦିଆଯାଇଥିଲା। ଏହି ଗସ୍ତ କାଳରେ ଜାତିସଂଘର ଶାନ୍ତି ରକ୍ଷା କାର୍ଯ୍ୟ ଏବଂ ତାଲିମ ସହଯୋଗ ପାଇଁ ଉଭୟ ଦେଶ ମଧ୍ୟରେ ଏକ କାର୍ଯ୍ୟକାରୀ ବ୍ୟବସ୍ଥା ସ୍ୱାକ୍ଷରିତ ହୋଇଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories