www.samajalive.in
Sunday, December 7, 2025
14.1 C
Bhubaneswar

ଭାରତୀୟ କିସାନ ସଂଘ ପକ୍ଷରୁ ଅକ୍ଷୟ ତୃତୀୟା ପାଳନ

ବୌଦ୍ଧ: ପବିତ୍ର ଅକ୍ଷତୃତୀୟା ଅବସରରେ ଭାରତୀୟ କିସାନ ସଙ୍ଘ ବୌଦ୍ଧ ଜିଲ୍ଲା ଆନୁକୂଲ୍ୟରେ ସ୍ଥାନୀୟ ତେତେଲେଙ୍ଗା ଗ୍ରାମରେ ଅକ୍ଷୟ ତୃତୀୟା ପାଳିତ ହୋଇଯାଇଛି। ଏଥିରେ କୃଷି ଦେବତା ପ୍ରଭୁ ବଳାରାମଙ୍କ ପୂଜନ କରାଯାଇ ମାଟି ମା ଙ୍କୁ ପ୍ରଣାମ କରି ମୁଠି ଅନୁକୂଳ କରାଯାଇଥିଲା। ଏବର୍ଷ ଫସଲ ଉତ୍ତମ ହେଉ ବୋଲି ଉତ୍ସବରେ ଉପସ୍ଥିତ ଶତାଧିକ ଚାଷୀ ପ୍ରଭୁ ବଳରାମ ଓ ମାଟି ମାଙ୍କୁ ଭକ୍ତିପୁତ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ଆସନ୍ତା ଜୁନ ମାସ ତେଇଶି ତାରିଖରେ ସାଲୁଙ୍କି ନଦୀର ଗମ୍ଭୀରା ଦର୍ହ, ଖଡ଼ଙ୍ଗ ନଦୀର ସାଡାଙ୍ଗ ଠାରେ ଜଳଭଣ୍ଡାର ନିର୍ମାଣ ଦାବି ପାଇଁ ଜୋରଦାର ଚାଷୀ ଆନ୍ଦୋଳନ କରିବା ପାଇଁ ବ୍ୟାପକ ପ୍ରଚାର ପ୍ରସାର କରାଯିବା ପାଈଁ ଆଲୋଚନା କରାଗଲା। ଏହି କାର୍ୟ୍ୟକ୍ରମରେ ନବୀନ ପ୍ରଧାନ, ରାଜ୍ୟ ସମ୍ପାଦକ ବିସିକେଶନ ପ୍ରଧାନ, ପ୍ରବିନ ପ୍ରଧାନ, ଗଣେଶ ବେହେରା, ରବି ଦେଓ, ନବୀନ ହୋତା, ଭୋଳଗିରି ସାହୁ, ଲବ ପ୍ରଧାନ, ତ୍ରିପୁର ମହାକୁଡ଼, ନିରଞ୍ଜନ ଗିରି, ସତ୍ୟା ପାଣ୍ଡେ, ଗଣ୍ଡା ବିଶି ପ୍ରମୁଖ ସତାଧିକ ଚାଷୀ ଉପସ୍ଥିତ ଥିଲେ। ତେତେଲେଙ୍ଗା ଗ୍ରାମର ଚାଷୀ ଭାଇ ମାନେ ସହଯୋଗ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories