କ ନୂଆଗାଁ : କନ୍ଧମାଳ ଜିଲ୍ଲା ଦିନିକିଆ ଗସ୍ତରେ ଓଡ଼ିଶା ସରକାରଙ୍କ ମତ୍ସ୍ୟ ବିଭାଗୀୟ ସଚିବ ଶ୍ରୀ ସୁରେଷ ବସିଷ୍ଟ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ୟରେ ଯୋଗଦାନ କରିଥିଲେ। କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଳକ କାର୍ୟ୍ୟାଳୟକୁ ଆସି ୧୪ ଟି ପଞ୍ଚାୟତରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ୟର ସମୀକ୍ଷା କରିବା ସହ କିପରି ଏହା ସଂପୂର୍ଣ୍ଣ ,କାର୍ୟ୍ୟକାରୀ ହୋଇ ପାରିବ ଓ ତତ୍ ସହିତ ଜନ ମଙ୍ଗଳ କାର୍ୟ୍ୟରେ ଆସି ପାରିବ ବିଡ଼ିଓ ଜୟଦେବ ଦାସଙ୍କ ସହ ଆଲୋଚନା କରିଥିଲେ। ଏହା ପରେ ସିର୍ତିଗୁଡା ସ୍ଥିତ ମାଁ ଲକ୍ଷ୍ମୀ ସ୍ଵୟଂ ସହାୟକ ଗୋଷ୍ଠୀ କରି ଥିବା କୁକୁଡ଼ା ଫାର୍ମ, ଡାମେରିକିଆ ଚାଷୀ ବିଷୟ କେତନଙ୍କ ମିଲ୍ ଓ କୁକୁଡ଼ା ଫାର୍ମ ଅନୁଧ୍ୟାନ କରିଥିଲେ। ମହାସିଂ ରେ ନିର୍ମିତ ହେଇଥିବା ଗ୍ରାମ୍ୟ ପାଠାଗାର ପରିଦର୍ଶନ କରିଥିଲେ । ଏହି କାର୍ୟ୍ୟକ୍ରମରେ କନ୍ଧମାଳ ଜିଲ୍ଲା ପାଳ ଆଶିଷ ଇଶ୍ଵର ପାଟିଲ୍ , ପି ଡି ଡିର୍ ଡି ଏ , ବିଡ଼ିଓ ଜୟଦେବ ଦାସ, ଯନ୍ତ୍ରୀ ପ୍ରକାଶ ସେଠି, ସୁଭମ୍ ମହାପାତ୍ର, କାର୍ୟ୍ୟ ନିର୍ବାହି ଅଧିକାରୀ କେଶବ ଚନ୍ଦ୍ର କାମ୍ପ ଉପସ୍ଥିତ ଥିଲେ।
Popular Categories



