www.samajalive.in
Tuesday, December 9, 2025
19.1 C
Bhubaneswar

ଦୁର୍ଗାମାଧବ ହାଇସ୍କୁଲରେ ଅଗ୍ନିଶମ ବିଭାଗର ମକଡ୍ରିଲ

କଲମପୁର: କଲମପୁର ଅଗ୍ନିଶମ ବିଭାଗ ତରଫରୁ ପାଳନ କରାଯାଉଛି ଅଗ୍ନି ସେବା ସପ୍ତାହ। ଏହି ଅଗ୍ନି ସେବା ଓ ଅଗ୍ନ ସେବା ଶହୀଦ ଦିବସ ପାଳନ ଅବସରରେ ପ୍ରଥମେ କଲମପୁର ଗୋଷ୍ଟୀ ସ୍ୱାସ୍ତ୍ୟ କେନ୍ଦ୍ର ପରିସରରେ କିଭଳି ନିଆଁ ଦାଉରୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସୁରକ୍ଷିତ ରଖାଯାଇ ପାରିବ ସେନେଇ ପ୍ରଦର୍ଶନୀ ମାଧ୍ୟମରେ ବୁଝାଇଥିଲେ। ପୁଣି ଶୁକ୍ରବାର କଲମପୁର ଦୁର୍ଗାମାଧବ ହାଇସ୍କୁଲ ପରିସରରେ ବି.ଡି.ଓ ବିଜୟ କୁମାର ମାଣ୍ଡାଙ୍ଗି, ତହସିଲଦାର ରୁଦ୍ର ମୋହନ ନାୟକ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶ୍ୱିନୀ କୁମାର ମୁଣ୍ଡଙ୍କ ସମେତ ସମସ୍ତ ଶିକ୍ଷକ, ଶିୟତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟଙ୍କ ସମେତ ଅବିଭାବକ ଏବଂ ବ୍ଲକର ବିଭିନ୍ନ କେନ୍ଦ୍ରରେ କାର୍ଯ୍ୟରତ ଅଙ୍ଗନୱାଡି କେନ୍ଦ୍ରର କର୍ମୀ ମାନଙ୍କ ଉପସ୍ଥିତିରେ ଅଗ୍ନିଶମ ବିଭାଗର କର୍ମଚାରୀ ଉପସ୍ଥିତ ରହି ଜରୁରୀକାଳୀନ ସମୟରେ ଉଦ୍ଧାର କାର୍ଯ୍ୟ ଏବଂ ଅଗ୍ନି ନିରାପତା ସମ୍ବନ୍ଧରେ ମକଡ୍ରିଲ (ପ୍ରଦର୍ଶନୀ)ମାଧ୍ୟମରେ ବିଭିନ୍ନ କୌଶଳ ଦେଖାଇଥିଲେ। କଲମପୁର ଅଗି୍ନଶମ ବିଭାଗର ଭାରପ୍ରାପ୍ତ ଅଧିକାରୀ ଶଙ୍କର ପ୍ରସାଦ ତ୍ରିପାଠୀଙ୍କ ନେତୃ୍‌‌ତ୍ୱରେ ଡିସେମ୍ବର ବୁଡେକ, ଆଶିଷ ରଞ୍ଜନ ନନ୍ଦ, ନିରଞ୍ଜନ ଦାଶ, ଗଜାନନ ମାଝୀ ପ୍ରମୁଖ ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ। ଜରୁରୀକାଳୀନ ସମୟରେ କିଭଳି ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରାଯିବ, କିଭଳି ଲାଗିଥିବା ନିଆଁକୁ ଆୟତ୍ତ କରାଯାଇ ପାରିବ ସେ ନେଇ ଉପସ୍ଥିତ ଲୋକଙ୍କୁ ଶ୍ରୀ ତ୍ରିପାଠୀ ବୁଝାଇଥିଲେ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories