www.samajalive.in
Tuesday, December 9, 2025
16.1 C
Bhubaneswar

ପଛୁଆ ବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସର୍ଭେ ପାଇଁ ଦ୍ଵିତୀୟ ପର୍ଯ୍ୟାୟ ତାଲିମ ଶିବିର

ରେଙ୍ଗାଲିକ୍ୟାମ୍ପ: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ ସଂଶୋଧିତ ଅଧିନିୟମ ୨୦୨୦ରେ ଥିବା ବ୍ୟବସ୍ଥା ଅନୁଯାୟୀ ପଛୁଆ ବର୍ଗର ଲୋକମାନଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତିକୁ ସର୍ଭେ କରିବା ପାଇଁ ରାଜ୍ୟ ପଛୁଆ ବର୍ଗ କମିଶନର ଅନୁମୋଦନ କରିଛନ୍ତି। ଏହି ସର୍ଭେ ରାଜ୍ୟ ସାରା ଆସନ୍ତା ମେ’ ୧ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ଓ ମେ’ ୨୧ ରୁ ୨୫ ତାରିଖ ପର୍ଯ୍ୟନ୍ତ ଏହା ଉପରେ ବିଶେଷ କାର୍ଯ୍ୟକ୍ରମ ଚାଲିବ। ଗୁରୁବାର ଅତାବିରା ମହାବିଦ୍ୟାଳୟ ପରିସରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୋଦ ମେହେରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ପଛୁଆ ବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସର୍ଭେ ପାଇଁ ପର୍ଯ୍ୟବେକ୍ଷକ ଓ ଗଣନାକାରୀମାନଙ୍କୁ ନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଦ୍ବିତୀୟ ପର୍ଯ୍ୟାୟରେ ହୋଇଥିବା ବ୍ଲକସ୍ତରୀୟ ତାଲିମ ଶିବିରରେ ସୁପରଭାଇଜର, ରିଜର୍ଭ ସୁପରଭାଇଜର ଓ ରିଜର୍ଭ ଗଣନାକାରୀ ମୋଟ ୧୨୦ ଜଣ ଯୋଗ ଦେଇ ତାଲିମ ଗ୍ରହଣ କରିଥିଲେ । ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗିରୀନ୍ଦ୍ର ସାହୁ, ଇନ୍‌ଚାର୍ଜ ଜିପିଓ ସରୋଜ ନନ୍ଦ, ସିଇଓ ସରୋଜ ମେହେର ଓ ଅତାବିରା ଅତିରିକ୍ତ ମତ୍ସ୍ୟ ଓ ପଶୁ ଅଧିକାରୀ ବାଣୀ ନିର୍ମାଲ୍ୟ ରାଉତ ମାଷ୍ଟର ଟ୍ରେନର ଭାବରେ ପ୍ରୋଜେକ୍ଟର ମାଧ୍ୟମରେ ତାଲିମ ଦେଇଥିଲେ । ସକାଳ ୮ଟାରୁ ମଧ୍ୟାହ୍ନ ୧ ଟା ପର୍ଯ୍ୟନ୍ତ ଏହି ତାଲିମ ଦିଆଯାଇଥିଲା । ଏହି ସର୍ବେକ୍ଷଣର ନିୟମ ଅନୁଯାୟୀ ପଛୁଆ ବର୍ଗ(ଏସଇବିସି)ର ବ୍ୟକ୍ତି ତଥା ଛାତ୍ରଛାତ୍ରୀମାନେ ତାଙ୍କର ତଥ୍ୟ ଆଇସିଆର୍ ଫର୍ମ ମାଧ୍ୟମରେ ପ୍ରତି ସର୍ଭେ କେନ୍ଦ୍ର ମାନଙ୍କରେ ଦାଖଲ କରିବେ । ସେହି ତଥ୍ୟକୁ ଭିତ୍ତି କରି ସେମାନଙ୍କ ସାମାଜିକ ଓ ଶିକ୍ଷାଗତ ତଥ୍ୟଗୁଡ଼ିକୁ କିପରି ତଥ୍ୟାବଳୀ ମାଧ୍ୟମରେ ଲିପିବଦ୍ଧ କରିବେ, ସେ ଉପରେ ସବିଶେଷ ତାଲିମ ପ୍ରଦାନ କରାଯାଇଥିଲା । ପ୍ରଗତି ସହାୟକ ଯୋଗୀନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories