www.samajalive.in
Monday, December 8, 2025
14.1 C
Bhubaneswar

ମାସେ ହେଲାଣି ୧୦୮ ରୋଗୀବୁହା ଗାଡ଼ି ସେବା ଠପ୍; ରୋଗୀ ହନ୍ତସନ୍ତ

କଲ୍ୟାଣସିଂହପୁର : ଆଦିବାସୀ ଅଧ୍ୟୁଷିିତ ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକରେ ପ୍ରାୟ ମାସେ ହେଲାଣି ୧୦୮ ରୋଗୀବୁହା ଗାଡ଼ି ସେବା ବନ୍ଦ ହୋଇଥିବାରୁ ରୋଗୀ ହନ୍ତସନ୍ତ ହେଉଛନ୍ତି। ଅପରପକ୍ଷେ ପ୍ରଶାସନ ସବୁ ଜାଣିଶୁଣି ଚୁପ ରହିଥିବା ଦେଖିବାକୁ ମିଳିଛି। କଲ୍ୟାଣସିଂହପୁର ବ୍ଲକରେ ୧୪ ଟି ପଞ୍ଚାୟତ ରହିଥିବା ବେଳେ ଅନେକ ଗାଁ ଦୁର୍ଗମ ଅଞ୍ଚଳରେ ରହିଛି । ରାଜ୍ୟ ସରକାର ରୋଗୀଙ୍କ ସୁବିଧାପାଇଁ ମାଗଣାରେ ରୋଗୀବୁହା ଗାଡି ଯୋଗାଇଛନ୍ତି । ଜରୁରୀ ରୋଗୀ, ଗର୍ଭବତୀ, ପ୍ରସୂତୀ ଓ ଦୁର୍ଘଟଣାଗ୍ରସ୍ତଙ୍କୁ ମାଗଣାରେ ନେବା ଆଣିବା ସୁବିଧା କରିଛନ୍ତି । କିନ୍ତୁ ପ୍ରାୟ ମାସେ ହେଲାଣି ରୋଗୀବୁହା ଗାଡିଟିର କୌଣସି ଯାନ୍ତ୍ରୀକ ତୃଟି ରହିଥିବାରୁ ଜରୁରୀକାଳୀନ ରୋଗୀଙ୍କ କାମରେ ଲାଗୁନି, ଯାହା ଫଳରେ ଅନେକ ରୋଗୀ ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି । ଖବର ନେବାରୁ ଜଣାପଡିଛି ଯେ, ଗତ ୨୪ ତାରିଖରୁ ରୋଗୀବୁହା ଗାଡିଟି ଖରାପ ହୋଇ ଜିଲାରେ ଏକ ଗ୍ୟାରେଜରେ ପଡି ରହିଥିଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ଦେଉ ନାହାନ୍ତି ।

ଏହି ବ୍ଲକରେ ଅନେକ ସମୟରେ ରୋଗୀ, ଗର୍ଭବତୀ ମହିଳାମାନଙ୍କୁ ଭାର, ଖଟିଆରେ ବୋହି ମାଇଲ ମାଇଲ ବାଟ ଚାଲି ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚୁଥିଲେ। ଯେଉଁ ଦିନଠାରୁ ରୋଗୀବୁହା ଗାଡିର ସୁବିଧା ପାଇଥିଲେ ସେହି ଦିନଠାରୁ ଲୋକେ ରୋଗୀକୁ ବୁହାକରି ଆଣିବା ବନ୍ଦକରି ରୋଗୀବୁହା ଗାଡିକୁ ସୂଚନା ଦେଇ ସେଥିରେ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣୁଥିଲେ । ହେଲେ ଗାଡିଟି ପ୍ରାୟ ମାସେ ହେଲାଣି ଖରାପ ରହିଥିବାରୁ ଜରୁରୀକାଳୀନ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହବା ସହ ବେସରକାରୀ ଗାଡିକୁ ଭରସା କରି ଗରୀବଗୁରୁବା ଲୋକେମାନେ ଖର୍ଚ୍ଚାନ୍ତ ହେଉଛନ୍ତି । ଏଭଳି ସମସ୍ୟା ଲାଗି ରହିଥିବାରୁ ଗ୍ରାମର କିଛି ଯୁବକ ଏହି ଘଟଣାକୁ ନେଇ ଜିଲାପାଳଙ୍କ ଯୁଗ୍ମ ଜନ ଶୁଣାଣିରେ ମଧ୍ୟ ଅଭିଯୋଗ କରିଥିବା ଜଣାପଡିଛି । ଏଥିପ୍ରତି ଜିଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରି ତୁରନ୍ତ ଅନ୍ୟ ଏକ ନୂଆ ରୋଗୀବୁହା ଗାଡି ଏହି ବ୍ଲକରେ ଯୋଗାଇ ଦେବାକୁ ସାଧାରଣରେ ଦାବୀ ହୋଇଛି । ଯଦି ରୋଗୀବୁହା ଗାଡି ପହଞ୍ଚିବାରେ ବିଳମ୍ବ ହୁଏ ତାହେଲେ ପୂର୍ବଭଳି ଲୋକେ ପୁଣି ଖଟିଆ ଓ ଭାର କରି ରୋଗୀକୁ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିବାକୁ ବାଧ୍ୟହେବେ ବୋଲି ବୁଦ୍ଧିଜୀବୀମାନେ ଆଲୋଚନା କରୁଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories