www.samajalive.in
Sunday, December 7, 2025
18.1 C
Bhubaneswar

ସଲମାନଙ୍କୁ ପୁଣି ହତ୍ୟା ଧମକ; ଏଥର ତାରିଖ ଧାର୍ଯ୍ୟ

ମୁମ୍ବଇ: ବଲିଉଡ଼ର ଭାଇଜାନ୍‌ ସଲମାଲ ଖାନଙ୍କୁ ପୁଣି ଥରେ ହତ୍ୟା ଧମକ ମିଳିଛି। ଏନେଇ ମୁମ୍ବଇ ପୁଲିସ ସୂଚନା ଦେଇଛି। ପୁଲିସର ସୂଚନାନୁସାରେ, ରାଜସ୍ଥାନର ଜଣେ ବ୍ୟକ୍ତି ଅଭିନେତାଙ୍କୁ ଏହି ଧମକ ଦେଇଛି। ପୁଲିସ କହିଛି ଯେ, ବ୍ୟକ୍ତି ଜଣକ ଏପ୍ରିଲ ୩୦ରେ ସଲମାନ ଖାନଙ୍କୁ ହତ୍ୟା କରିବ ବୋଲି ଧମକ ଦେଇଛି। ଏହି ଧମକ ପାଇବା ପରେ ମୁମ୍ବଇ ପୁଲିସ ଏହାର ତଦନ୍ତ ଆରମ୍ଭ କରିଛି। ଫିଲ୍ମ ‘କିସି କା ଭାଇ କିସି କି ଜାନ’ର ଟ୍ରେଲର ରିଲିଜ୍‌ ହେବାର ଗୋଟିଏ ଦିନ ପରେ ସଲମାନଙ୍କୁ ଏହି ଧମକ ମିଳିଛି।

ମୁମ୍ବଇ ପୁଲିସର ଅଧିକାରୀମାନେ କହିଛନ୍ତି ଯେ, କଲ୍ କରିଥିବା ବ୍ୟକ୍ତି ନିଜକୁ ରାଜସ୍ଥାନ ଯୋଧପୁରର ‘ଗୋଶାଳା ରକ୍ଷକ ରକି ଭାଇ’ ବୋଲି ପରିଚୟ ଦେଇଛି। ଧମକ ଦେଇଥିବା ବ୍ୟକ୍ତିଜଣକ ସଲମାନଙ୍କୁ କଲ୍‌ ବିଷୟରେ ଅବଗତ କରାଇବାକୁ ମଧ୍ୟ ପୁଲିସକୁ କହିଛି। ମୁମ୍ବଇ ପୁଲିସ ଓ କ୍ରାଇମବ୍ରାଞ୍ଚ ଏହି କଲ୍‌ର ଅନୁସନ୍ଧାନ ଆରମ୍ଭ କରିଛନ୍ତି। ଏଥିସହ ସଲମାନ ଖାନଙ୍କ ଘରେ ପୁଣି ସୁରକ୍ଷା କଡାକଡି କରାଯାଇଛି। ତେବେ ହତ୍ୟା ଧମକକୁ ଦୃଷ୍ଟିରେ ରଖି ପୂର୍ବରୁ ଅଭିନେତାଙ୍କୁ Y + ବର୍ଗର ସୁରକ୍ଷା ଯୋଗାଇ ଦିଆଯାଇଛି ଏବଂ ତାଙ୍କ ସୁରକ୍ଷା ପାଇଁ ବୁଲେଟପ୍ରୁଫ୍ ଗାଡ଼ି ମଧ୍ୟ ଅଛି। ଏଠାରେ ସୂଚନାଯୋଗ୍ୟ, ପୂର୍ବରୁ ଅନେକ ଥର ଅଭିନେତାଙ୍କୁ ହତ୍ୟା ଧମକ ମିଳିଛି, ଯାହାପରେ ତାଙ୍କ ସୁରକ୍ଷା ବ୍ୟବସ୍ଥା ବଢାଯାଇଥିଲା।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories