www.samajalive.in
Sunday, December 7, 2025
23.1 C
Bhubaneswar

ସାଧନ କେନ୍ଦ୍ରସ୍ତରୀୟ ଖେଳନା ପ୍ରସ୍ତୁତି କର୍ମଶାଳା

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଚିନାମାଳିପଶି ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରୀୟ ଖେଳଣା ପ୍ରସ୍ତୁତି କର୍ମଶାଳା ସାଧନକେନ୍ଦ୍ର ସଂଯୋଜକ ବିଭୂତି ଭୂଷଣ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ସମ୍ବଳସାଧକ ଜଗନ୍ନାଥ ମହାନ୍ତ, ବିକାଶ ଚନ୍ଦ୍ର ମହାନ୍ତ, ସନ୍ତୋଷ କୁମାର ନାଏକ, ଶୈଳେନ୍ଦ୍ର ମହାନ୍ତ, ଜ୍ୟୋତିର୍ମୟ ତ୍ରିପାଠୀ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଶିକ୍ଷଣ ସାମଗ୍ରୀ ଓ ଖେଳଣା ପ୍ରସ୍ତୁତି ସଂପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବଡମହୁଲଡିହାରେ ଅନୁଷ୍ଠିତ ଏହି କର୍ମଶାଳାରେ ସ୍ଥାନୀୟ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ମହାପାତ୍ର, ଦିବାକର ଦେହୁରୀ, ଚନ୍ଦାବଳୀ ଗିରି, ପ୍ରତିଭା ସ୍ୱାଇଁ, ପ୍ରିୟଙ୍କା ଜେନା କର୍ମଶାଳା ପରିଚାଳନାରେ ସହଯୋଗ କରିଥିଲେ। ଚିନାମାଳିପଶି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନୂଆପଡ଼ା ପ୍ରାଥମିକ ବିଦ୍ୟାଳୟ, ଜାମୁଳେଇବେଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସଡଙ୍ଗବାହାଳି ପ୍ରାଥମିକ ବିଦ୍ୟାଳୟ, କୁମୁଳାବାହାଳି ଉପ୍ରା ବିଦ୍ୟାଳୟ, ରଙ୍ଗାମାଟିଆ ସାହି ପ୍ରାଥମିକ ବିଦ୍ୟାଳୟ, ଖଇରନ୍ଧାସାହି ପ୍ରାଥମିକ ବିଦ୍ୟାଳୟ, ପଲାଣଘାଟି ପ୍ରାଥମିକ ବିଦ୍ୟାଳୟ, ସିଦ୍ଧ ବିନାୟକ ଶିଶୁ ବିଦ୍ୟା ମନ୍ଦିର ଓ କେତାଙ୍ଗ ସେବାଶ୍ରମ ଆଦିରୁ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଏଠାରେ ଖେଳଣା ଓ ଶିକ୍ଷଣ ସାମଗ୍ରୀ ତିଆରି କରିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories