www.samajalive.in
Sunday, December 7, 2025
23.1 C
Bhubaneswar

ଓଲଟିଲା ଓଆରଏସ ବୋଝେଇ ମିନିଟ୍ରକ , ବୋହି ନେଲେ ଲୋକେ

ମହିଧରପୁର : ମହିଧର ପୁର ଫାଣ୍ଡି ଅନ୍ତର୍ଗତ ଭଗାମଣ୍ଡା ପୋଲ ନିକଟରେ ଏକ ଓଆରଏସ ବୋଝେଇ ମିନିଟ୍ରକ ଓଲଟି ପଡ଼ିଥିବା ବେଳେ ଲୋକେ ଏହାକୁ ବୋହି ନେଇଛନ୍ତି। ଖବର ପାଇ ମହିଧରପୁର ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚିଛି। ହେଲେ ଗାଡ଼ି ଚାଳକ ଫେରାର ହୋଇଯାଇଛି। ଗାଡ଼ି ନମ୍ବର ଟ୍ରାକ କରି ପୁଲିସ ଗାଡ଼ି ମାଲିକ ସହ ଯୋଗାଯୋଗ କରିଛି। ସେହିପରି ଓଲଟି ପଡ଼ିଥିବା ଗାଡ଼ିକୁ ଉଦ୍ଧାର କରିବା ପାଇ ପୁଲିସ କ୍ରେନ୍ ବ୍ୟବସ୍ଥା କରିଛି। ଖବର ନେବରୁ ଜଣାପଡିଛି ଗାଡ଼ିଟି ଅନୁଗୋଳରୁ ମହିଧରପୁର ଅଭିମୁଖେ ବୁଧବାର ସକାଳ ୯ଟାରେ ଯାଉଥିଲା। ଗାଡ଼ି ଚାଳକ ଭାରସାମ୍ୟ ହରାଇବାରୁ ଗାଡ଼ିଟି ଫୁଲପଡା ଠାରୁ ଦୁଇ କିଲୋମିଟର ଦୂର ଭଗାମୁଣ୍ଡା ପୋଲ ନିକଟରେ ଓଲଟି ପଡିଥିଲା। ସୂଚନା ଥାଉକି ଦୁଇମାସ ତଳେ ଗୁଳହି ପୋଲ ନିକଟରେ ଏକ ନିଶାଦ୍ରବ୍ୟ ବୋଝେଇ ଟ୍ରକ ଓଲଟି ପଡିଥିଲା। ଲୋକେ ସେହି ନିଶା ଜିନିଷକୁ ବୋହି ନେଇଥିଲେ।  ଏହି ରାସ୍ତାରେ ବିଭିନ୍ନ ସ୍ଥାନରେ ହମ୍ପସ ନିର୍ମାଣର ଆବଶ୍ୟକତା ରହିଛି। ଯାହାଫଳରେ ଦୁର୍ଘଟଣା ନିୟନ୍ତ୍ରଣକୁ ଆସି ପାରିବ ବୋଲି ବୁଦ୍ଧିଜୀବୀ ମାନେ କହିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories