www.samajalive.in
Sunday, December 7, 2025
23.1 C
Bhubaneswar

ନୂତନ ଅନ୍ତେବାସିନୀ ବିଦ୍ୟାର୍ଥୀ ଚୟନ ନିମନ୍ତେ ଲଟେରୀ ଉଠାଣ ଉତ୍ସବ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନେଡୀ ପଦର ଠାରେ ନୂତନ ଅନ୍ତେବାସି ବିଦ୍ୟାର୍ଥୀ ଚୟନ ନିମନ୍ତେ ଲଟେରୀ ଉଠାଣ ଉତ୍ସବ ଅନୁଷ୍ଠିତ ହୋଇଛି। ଗତ କୋଭିଡ୍ ମହାମାରୀ ପରଠାରୁ ସରକାରୀ ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା ଗ୍ରହଣ କରିବାରେ ଅସୁବିଧା ହେତୁ ଲଟେରୀ ବ୍ୟବସ୍ଥା ଗ୍ରହଣ କରାଯାଇ ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟରେ ଅନ୍ତେବାସିନୀ ବିଦ୍ୟାର୍ଥୀ ଭାବରେ ଚୟନ କରାଯାଉଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ପରିଚାଳନା କମିଟି ତରଫରୁ ସୂଚନା ଦିଆଯାଇଛି। ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନେଡ଼ୀ ପଦର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ କମିଟିର ସଭାପତି ନବ କିଶୋର କହଁର, ଫିରିଙ୍ଗିଆ ସରପଞ୍ଚ ଜଳନ୍ଧର କହଁର, ଯୋଗ ଦେଇଥିବା ବେଳେ ଫିରିଙ୍ଗିଆ ବ୍ଲକର ୨୦୪ ଜଣ ଛାତ୍ରୀ ଷଷ୍ଠ ଶ୍ରେଣୀରେ ଅନ୍ତେବାସିନୀ ବିଦ୍ୟାର୍ଥୀ ଭାବରେ ରହିବାକୁ ଆବେଦନ କରିଥିଲେ। ଏହି ଉତ୍ସବରେ ଅଭିଭାବକ ମାନଙ୍କ ଦ୍ଵାରା ଲଟେରୀ ଉଠାଣ କରାଯାଇଥିବା ବେଳେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ୨୪ ଜଣ ଛାତ୍ରୀଙ୍କ ପାଇଁ ଉଠାଣ କରାଯାଇଥିଲା।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories