www.samajalive.in
Wednesday, December 10, 2025
15.1 C
Bhubaneswar

୨୦୨୩ ଦିନିକିଆ କ୍ରିକେଟ ବିଶ୍ବକପ ଲୋଗୋ ଉନ୍ମୋଚିତ

ନୂଆଦିଲ୍ଲୀ  : ଭାରତ ୨୦୧୧ ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ ବିଜୟର ୧୨ବର୍ଷ ପୂର୍ତ୍ତି ଅବସରରେ ୨୦୨୩ ଦିନିକିଆ କ୍ରିକେଟ ବିଶ୍ବକପ ଲୋଗୋ ଉନ୍ମୋଚିତ ହୋଇଛି। ଭାରତରେ ଆସନ୍ତା ଅକ୍ଟୋବର-ନଭେମ୍ବରରେ ଦିନିକିଆ କ୍ରିକେଟ ବିଶ୍ବକପର ୧୩ତମ ସଂସ୍କରଣ ଖେଳାଯିବ। ଏଥିପାଇଁ ରବିବାର ବିସିସିଆଇ ପକ୍ଷରୁ ଲୋଗୋ ଉନ୍ମୋଚିତ ହୋଇଯାଇଛି। ବିସିସିଆଇ ସମ୍ପାଦକ ଜୟ ଶାହ ଉକ୍ତ ଲୋଗୋକୁ ଉନ୍ମୋଚିତ କରିବା ସହ ୨୦୧୧ ବିଶ୍ବକପ ବିଜୟ ଭାରତୀୟ କ୍ରିକେଟକୁ ଆଗକୁ ନେବା ଓ ଲୋକପ୍ରିୟତାରେ ସହାୟକ ହୋଇଛି ବୋଲି କହିଥିଲେ। ୨୦୨୩ କ୍ରିକେଟ ବିଶ୍ବକପ ଶ୍ରେଷ୍ଠ ଓ ସଫଳ ଆୟୋଜନ ନେଇ ଆମେ ଆଶାବାଦୀ ବୋଲି ଜୟ ଶାହ କହିଛନ୍ତି। ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନାୟକତ୍ବରେ ଭାରତ ୨୦୨୧ ଦିନିକିଆ କ୍ରିକେଟ ବିଶ୍ବକପ ଜିତିଥିଲା। ଫାଇନାଲରେ ଶ୍ରୀଲଙ୍କାକୁ ୬ ୱିକେଟରେ ପରାସ୍ତ କରି ଭାରତ ଦ୍ବିତୀୟ ଥର ପାଇଁ ବିଶ୍ବକପ ଜିତିଥିଲା। ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା କୁହନ୍ତି, ଘରୋଇ ପଡିଆରେ ବିଶ୍ବକପ ଖେଳିବା ନେଇ ଆମେ ଉତ୍ସାହିତ ଅଛୁ। ବିଶ୍ବକପକୁ ଆଉ ୬ ମାସ ସମୟ ରହିଛି। ଘରୋଇ ପଡିଆରେ ବିଶ୍ବକପ ଖେଳିବା ପ୍ରତ୍ୟେକ ଖେଳାଳିଙ୍କ ସ୍ବପ୍ନ ଥାଏ। ଏହାକୁ ପୂରଣ କରିବାରେ ମଧ୍ୟ ଏକାଧିକ ଭାରତୀୟ କ୍ରିକେଟର ସୁଯୋଗ ପାଇବେ। କ୍ରିକେଟ ବିଶ୍ବକପ କ୍ରିକେଟର ସର୍ବୋଚ୍ଚ ପ୍ରତିଯୋଗିତା। ଆଗାମୀ କିଛି ମାସ ପ୍ରସ୍ତୁତି ନେଇ ସୁଯୋଗ ରହିଛି ବୋଲି ରୋହିତ କହିଛନ୍ତି। ୨୦୨୩ ଦିନିକିଆ କ୍ରିକେଟ ବିଶ୍ବକପରେ ମୋଟ ୧୦ଟି ଦଳ ଅଂଶଗ୍ରହଣ କରିବେ। ସେଥିମଧ୍ୟରୁ ୭ଟି ଦଳ ଯୋଗ୍ୟତା ହାସଲ କରିଥିବାବେଳେ ଅଷ୍ଟମ ଦଳ ଆଇସିସି କ୍ରିକେଟ ବିଶ୍ବକପ ସୁପରଲିଗ୍‌ରୁ ଯୋଗ୍ୟତା ହାସଲ କରିବେ।ଜୁନ ଓ ଜୁଲାଇରେ ୯ଓ ୧୦ତମ ଦଳ ଲାଗି କ୍ରିକେଟ ବିଶ୍ବକପ ଯୋଗ୍ୟତାପଯ୍ୟାୟ ମ୍ୟାଚ ଆୟୋଜିତ ହେବ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories