www.samajalive.in
Tuesday, December 9, 2025
16.1 C
Bhubaneswar

ରାସ୍ତା ଦବି ଖାଲ ସୃଷ୍ଟି ହୋଇଛି, ବଡ ଦୁର୍ଘଟଣାର ଆଶଙ୍କା

ଆଠଗଡ଼: ପୁରୁଣା କଟକ-ସମ୍ବଲପୁର ରାସ୍ତାର ଆଠଗଡ଼ ସହର ମଧ୍ୟସ୍ଥ ଝରଣଛକଠାରୁ ଚାନ୍ଦବାଲିଛକ ମଧ୍ୟବର୍ତ୍ତୀ ଏକ ସ୍ଥାନରେ ପିଚୁରାସ୍ତାକଡ ମାଟି ଦବି ବଡ ଗର୍ତ୍ତ ସୃଷ୍ଟି ହୋଇଛି ଯାହାକି ବଡଧରଣର ଦୁର୍ଘଟଣା ଆଶଙ୍କା ସୃଷ୍ଟି କରିଛି। ଦୁଇଦିନ ପୂର୍ବରୁ ଏକ ମାଲବାହୀ ଓଜନଦାର ଟ୍ରକ ଦେବୀ ମେଡିକାର ଷ୍ଟୋର ନିକଟରେ ପିଚୁ ରାସ୍ତାକଡ ମାଟି ଦବି ଯିବାରୁ ସେଠାରେ ଫସି ରହିଥିଲା। ବହୁକଷ୍ଟରେ ଜେସିବି ମେସିନ ସାହାଯ୍ୟରେ ଉକ୍ତ ଟ୍ରକକୁ ସେଠାରୁ ଉଠାଯାଇଥିଲା। ତେବେ ଟ୍ରକଟି ଉଠିବା ପରେ ରାସ୍ତାକଡ ନାଳର କାନ୍ଥ ଭୁଷୁଡି ଯିବା ସହ ଏକ ବଡ ଗାତ ସୃଷ୍ଟି ହୋଇଛି। ଉକ୍ତରାସ୍ତାରେ ଦୈନିକ ଶହ ଶହ ଯାନବାହାନ ଚଳାଚଳ କରୁଥିବା ଏବଂ ସେହି ରାସ୍ତା ଦେଇ ନିୟମିତ ଆଠଗଡ଼ ଓ କଟକ ଡାକ୍ତରଖାନାକୁ ଆମ୍ବୁଲାନ୍ସ ଯାତାୟତ କରୁଥିବା ଦୃଷ୍ଟିରୁ ସେଠାରେ ବଡଧରଣର ଦୁର୍ଘଟଣା ଆଶଙ୍କାକୁ ଏଡାଇ ଦେଇ ହେବନାହିଁ। ତେଣୁ ପୂର୍ତ୍ତବିଭାଗ କର୍ତ୍ତୃପକ୍ଷ ତୁରନ୍ତ ଉକ୍ତଖାଲକୁ ପୋତି ନାଳ ମରାମତି କରିବା ପାଇଁ ଦାବି ହେଉଛି।

Hot this week

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

Related Articles

Popular Categories