www.samajalive.in
Tuesday, December 9, 2025
16.1 C
Bhubaneswar

ଦେଓପାଲି ଡକାୟତି ମାମଲାରେ ୬ ଗିରଫ

ଇନ୍ଦ୍ରାବତୀ: ନବରଙ୍ଗପୁର ଜିଲା ଇନ୍ଦ୍ରାବତୀ ପ୍ରକଳ୍ପ ଖାତିଗୁଡା ଥାନା ଅନ୍ତର୍ଗତ ଗୌଡ ଦେଓପାଲି ଗ୍ରାମରେ ଘଟିଥିବା ଡକାୟତି ମାମଲାରେ ୬ ଜଣଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କୁ ଖାତିଗୁଡା ପୁଲିସ ଆଜି କୋର୍ଟଚାଲାଣ କରିଛି। ଗତ ମାର୍ଚ୍ଚ ୫ ତାରିଖ ମଧ୍ୟ ରାତିରେ ହଠାତ ୧୨ ମୁଖାପିନ୍ଧା ଦୁର୍ବୃତ୍ତ ହାତରେ ମାରଣାସ୍ତ୍ର ଧରି ଚନ୍ଦ୍ର ଗୌଡ(୪୨)ଙ୍କ ଘରେ ପ୍ରବେଶ କରିଥିଲେ। କେହି କିଛି ବୁଝିବା ଆଗରୁ ପରିବାର ସଦସ୍ୟଙ୍କ ଶରୀରରେ ଛୁରୀ ମାଡ ହୋଇଥିଲା। ପାଟି କଲେ ଜୀବନରୁ ମାରିଦେବା ନେଇ ମିଳିଥିଲା ଧମକ। ପରେ ଆରମ୍ଭ ହୋଇଥିଲା ଡକାୟତି। ଚନ୍ଦ୍ରଙ୍କ ଝିଅ ପୁଷ୍ପା ପାଟି କରିବାରୁ ତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ହାତରେ ଆଘାତ ଲାଗିଥିଲା। ଚନ୍ଦ୍ରଙ୍କ ଘରୁ ୮୦ ହଜାର ଟଙ୍କା ସହ ଗୋଟିଏ ସୁନା ଚେନ, ଗୋଟିଏ କଂସା ଥାଳି ସହ ୪ଗୋଟି ପୁରୁଣା ମୁଦ୍ରା ଏବଂ ଗୋଟିଏ ମୋବାଇଲ ଲୁଟି ନେଇଥିବା ଅଭିଯୋଗ କରିଥିଲେ ଶ୍ରୀ ଚନ୍ଦ୍ର। ପଡ଼ୋଶୀ ଘର ଲୋକଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ଜୀବନରୁ ମାରିଦେବା ପାଇଁ ମଧ୍ୟ ଧମକ ଦେଇଥିଲେ। ଖାତିଗୁଡା ଥାନା ଅଧିକାରୀ ଦୀପକ କୁମାର ଲେଙ୍କା ତଦନ୍ତ ଭାର ନେଇଥିଲେ। ୨୩ ଦିନ ପରେ ଘଟଣା ଉପରୁ ପରଦା ହଟାଇଛି ପୁଲିସ। ଶ୍ରୀ ଚନ୍ଦ୍ରଙ୍କ ଘରେ ପୂର୍ବ ପୁରୁଷ ଅମଳରୁ ପ୍ରାଚୀନ କଂସା ଥାଳି ଏବଂ ୪ଟି ତମ୍ବା ମୁଦ୍ରା ରହିଥିଲା। ଉକ୍ତ ଥାଳିର ମୂଲ୍ୟ ୩୪ କୋଟି ଟଙ୍କା ହେବା ନେଇ ଗୁଜବ ପ୍ରଚାର ହୋଇଥିଲା। କେତେକ ଗୋଷ୍ଠୀ ଏହାକୁ ଚଢ଼ା ମୂଲ୍ୟରେ କିଣିବା ପାଇଁ ପ୍ରସ୍ତୁତ ଥିଲେ। ପରେ ଶ୍ରୀ ଚନ୍ଦ୍ରଙ୍କ ଭାଉଜ ଶ୍ରୀମତୀ ଆଇନାଲ ଏହାକୁ ହାତେଇବା ପାଇଁ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରିଥିଲେ। ସେ ଅଭିଯୁକ୍ତ ସଞ୍ଜୀବ ଗୌଡଙ୍କୁ ଏହି ଥାଳି ଲୁଟ କରିବା ନେଇ ଲୋକ ଯୋଗାଡ଼ କରିବାକୁ କହିଥିଲେ। ସଞ୍ଜୀବ ରାଜେନ୍ଦ୍ର ହରିଜନ (ଚିଣ୍ଟୁ )ଙ୍କୁ ଯୋଗାଯୋଗ କରିଥିଲେ। ରାଜେନ୍ଦ୍ରଙ୍କ ସମେତ ଅନ୍ୟ ୧୦ ଅଭିଯୁକ୍ତ ଏହି ଲୁଟ୍‌ରେ ସାମିଲ ଥିବା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନବରଙ୍ଗପୁର ଡିଏସପି ଡ. ଚନ୍ଦ୍ରଶେଖର ହୋତା ସୂଚନା ଦେଇଛନ୍ତି। ରାଜେନ୍ଦ୍ର ହରିଜନ, ସାମସନ ହରିଜନ, ଲଛମନ ହରିଜନ, ପରମଜିତ୍ ଶଗରିଆ, ସମୀର ବାଘ, ସୁରେଶ ନାଗ, ସୁରଜ ହରିଜନ, ଆଲୋକ ସୁନା, ଦୀପକ ହରିଜନ, ଦିବାକର ସାଗର, କବିସୂର୍ଯ୍ୟ ହରିଜନ ଏହି ଘଟଣାରେ ସାମିଲ ଥିବା ପୁଲିସ ପକ୍ଷରୁ କୁହାଯାଇଛି। ଗିରଫ ଅଭିଯୁକ୍ତମାନେ ପୂର୍ବରୁ ଏକାଧିକ ମାମଲାରେ ଜଡିତ ଥିବା ଥାନା ଅଧିକାରୀ ଦୀପକ କୁମାର ଲେଙ୍କା ସୂଚନା ଦେଇଛନ୍ତି। ସାମ୍ୱାଦିକ ସମ୍ମିଳନୀରେ ଡିଏସପି ଏବଂ ଥାନା ଅଧିକାରୀଙ୍କ ସମେତ ଥାନା ଏସଆଇ ମହେଶ୍ବର ବୁଡୁବାଡ଼େ ଉପସ୍ଥିତ ଥିଲେ। ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ଲେଙ୍କା ସୂଚନା ଦେଇଛନ୍ତି।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories